fbpx

ଫଟାଫଟ୍ ଜାଣିହେବ କ୍ୟାନ୍ସର, ବରଦାନ ସାଜିବ ଏହି ଟେଷ୍ଟ !

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନ୍ସର ମହାମାରୀର ରୂପ ନେବାକୁ ବସିଛି । କର୍କଟ ରୋଗ ହେତୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ସେ ପୁରୁଷ କିମ୍ବା ମହିଳା ହୁଅନ୍ତୁ ସମସ୍ତେ କର୍କଟ ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ତେବେ କ୍ୟାନ୍ସର ମଧ୍ୟରେ ଫୁସଫୁସ ଏବଂ ପାଟି କର୍କଟ ପରେ ପୁରୁଷମାନଙ୍କଠାରେ ପ୍ରୋଷ୍ଟେଟ କର୍କଟ ସବୁଠାରୁ ଅଧିକ ଦେଖାଯାଏ । ପ୍ରତି ଆଠ ଜଣଙ୍କ ମଧ୍ୟରୁ ଜଣେ ପ୍ରୋଷ୍ଟେଟ ସମସ୍ୟା କିମ୍ବା କର୍କଟ ରୋଗ ହେବାର ଆଶଙ୍କା ଅଧିକା ବୋଲି ଏକ ରିପୋର୍ଟରେ ସ୍ପଷ୍ଟ କରାଯାଇଛି ।

ସାଧାରଣତଃ 65 ବର୍ଷ ବୟସ ପରେ ପ୍ରୋଷ୍ଟେଟ କର୍କଟ ରୋଗ ଅଧିକ ଦେଖାଯାଏ । କିନ୍ତୁ ବର୍ତ୍ତମାନ ଏହାର ବିପଦ 60 ବର୍ଷ ବୟସର ଲୋକଙ୍କଠାରେ ଦେଖାଯାଉଛି । 2020 ସୁଦ୍ଧା ବିଶ୍ବରେ ପ୍ରାୟ 1.4 ନିୟୁତ ନୂତନ ପ୍ରୋଷ୍ଟେଟ କର୍କଟ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଆନୁମାନିକ 375,000 ଜଣଙ୍କ ମୃତ୍ୟୁ ହୋଇଛି । ତଥ୍ୟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ 366,000 ପୁରୁଷ ପ୍ରୋଷ୍ଟେଟ କର୍କଟରେ ମୃତ୍ୟୁ ବରଣ କରନ୍ତି । ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, କ୍ୟାନ୍ସର ରୋଗ ଶୀଘ୍ର ଚିହ୍ନଟ ହୋଇପାରିଲେ ଏହାର ଚିକିତ୍ସା ମଧ୍ୟ ଶୀଘ୍ର ହୋଇପାରିବ ।

ଯଦି ଆମେ ପ୍ରୋଷ୍ଟେଟ କ୍ୟାନ୍ସର କଥା ଦେଖିବା ତାହେଲେ ପ୍ରୋଷ୍ଟେଟ କ୍ୟାନ୍ସରର ପ୍ରାଥମିକ ନିରାକରଣ ଏବଂ ଚିକିତ୍ସାରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ବ୍ରିଟେନରେ ଏକ ସ୍କ୍ରିନିଂ ପରୀକ୍ଷା ଆରମ୍ଭ କରାଯାଇଛି । ‘ଟ୍ରାନ୍ସଫର୍ମ’ ନାମରେ ଜଣାଶୁଣା ଏହି ପରୀକ୍ଷା ପ୍ରୋଷ୍ଟେଟ୍ କ୍ୟାନ୍ସର ୟୁକେ ଦ୍ୱାରା ଆରମ୍ଭ କରାଯାଇଥିଲା । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର ହେଲ୍ଥ ଆଣ୍ଡ କେୟାର ରିସର୍ଚ୍ଚ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଦ୍ୱାରା ଏହା ଅନୁଦାନ ପ୍ରାପ୍ତ ହୋଇଛି । କହିରଖୁଛୁ କି, ଏହାର ପ୍ରାରମ୍ଭିକ ଅବସ୍ଥାରେ ରୋଗକୁ ସଠିକ୍ ଭାବରେ ଚିହ୍ନଟ କରିବାକୁ ଏପର୍ଯ୍ୟନ୍ତ କୌଣସି ସ୍କ୍ରିନିଂ ପରୀକ୍ଷା ନାହିଁ । ବିଶେଷଜ୍ଞମାନେ ଆଶା କରନ୍ତି ଯେ ଏହି ସ୍କ୍ରିନିଂ ପରୀକ୍ଷା ସାହାଯ୍ୟରେ ସମୟ ସମୟରେ କର୍କଟ ଚିହ୍ନଟ କରିବା ସହଜ ହୋଇପାରେ ।

 

 

Get real time updates directly on you device, subscribe now.