fbpx

Video; ଅକ୍ଷମଣୀୟ ମହାପାପ, ଶିବଲିଙ୍ଗ ଉପରେ ପାଦ ରଖି ପୂଜା ପାଉଛନ୍ତି ବାବା, ଦେଖନ୍ତୁ ଦୃଶ୍ୟ…

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଆରେ ଏକ ଲୋକ କଥା ଅଛି- ବିନାଶ କାଳେ ବିପରିତ ବୁଦ୍ଧି। ଏହା ପୁଣି ଯେ ଜଣେ ସାଧୁ-ସନ୍ଥଙ୍କ ଉପରେ କୁହାଯିବ ତାହା ଶୁଣି ଟିକିଏ ଆବାକ୍ ଲାଗିବ। ହେଲେ ଏଦୃଶ୍ୟ ଥରେ ଆପଣ ଦେଖିଲେ ନିଜକୁ ସମ୍ଭାଳି ପାରିବେନି। ଭିଡିଓଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଭିଡିଓଟି କେଉଁଠିକାର ତାହା ସ୍ପଷ୍ଟ ଜଣା ପଡ଼ୁନାହିଁ।

ଭିଡିଓରେ ଜଣେ ସାଧୁ-ସନ୍ଥ ବେଶରେ ଜଣେ ବ୍ୟକ୍ତି ଶିବ ଲିଙ୍ଗ ଉପରେ ଦୁଇ ପାଦ ରଖିଛନ୍ତି। ସେଠାରେ କିଛି ଶ୍ରଦ୍ଧାଳୁ ଉପସ୍ଥିତ ଅଛନ୍ତି ଯେଉଁମାନେ ମହାପ୍ରଭୁ ଭୋଳାନାଥଙ୍କ ପ୍ରତୀକ ଶିବ ଲିଙ୍ଗକୁ ପୂଜା କରିବା ପରିବର୍ତ୍ତେ, ସେ ଭଣ୍ଡ ବାବାଙ୍କ ପୂଜା କରୁଛନ୍ତି। କ୍ଷୀରରେ ଅଭିଷେକ କରୁଛନ୍ତି ଏବଂ ବେଲପତ୍ର ଅର୍ପଣ କରୁଛନ୍ତି। ଏହି ଦୃଶ୍ୟର ଭିଡିଓ କରି ସୋସିଆଲ ମିଡିଆରେ ଛଡ଼ାଯାଇଛି।

ଜଣେ ଶୈବ ଭକ୍ତ ହିସାବରେ ଏଦୃଶ୍ୟ ଦେଖି କେହି ସହ୍ୟ କରିବା କଷ୍ଟସାଧ୍ୟ ହେବ। ଯେତେବେଳେ ଓଡ଼ିଶାରେ ଜଣେ ଭଣ୍ଡବାବା ସାରଥୀ/ସନ୍ତୋଷ ରାଉଳ ଧରା ପଡ଼ିଥିଲେ ସେତେବେଳେ ସମାଜରେ ଏକ ପରିବର୍ତ୍ତନ ଦେଖା ଦେଇଥିଲା। ଯିଏ କି ବୈଷ୍ଣବ ଧର୍ମର ଖୁବ ଅପମାନ କରିଥିଲେ। ତାଙ୍କ ପାଦରେ ତୁଳସୀ ଅର୍ପଣ କରିଷ, ଅଉ ଇଏ ବାବୁତ ସବୁକିଛି ସାରିଦେଲେ ବେଲପତ୍ର ତ ଅର୍ବଣ କରୁଛନ୍ତି ଛାଡ଼, ସେ ସିଧା ଶିବଲିଙ୍ଗ ଉପରେ ପାଦ ଥୋଇ ପୂଜା ପାଉଛନ୍ତି।

ତେବେ ଏହାପରେ କଣ ହେବ ତାହା ସମୟ କହିବ।

Get real time updates directly on you device, subscribe now.