fbpx

ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ଅନେକ ଘର ଭୁଶୁଡି ୪ ଜଣଙ୍କ ମୃତ୍ୟୁ, ୬ ଆହତ

ନୂଆଦିଲ୍ଲୀ: ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ଅନେକ କୋଠା ଭୁଶୁଡି ଯାଇଛି। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ ଜଣ ଆହତ ହୋଇଛନ୍ତି। ଏହା ବ୍ୟତୀତ ଅନେକ ଲୋକେ ମାଟିରେ ଦବି ଯାଇଥିବା ଆଶଙ୍କା କରାଯାଉଛି। ଏପର୍ଯ୍ୟନ୍ତ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି। ବିସ୍ଫୋରଣର ମାତ୍ରା ଏତେ ଥିଲା ଯେ, ଏଥିରେ ଅନେକ ଘର ଭୁଶୁଡି ଯାଇଛି।

ଆଗରା ରେଞ୍ଜର ଆଇଜି ଦୀପକ କୁମାର କହିଛନ୍ତି ଯେ, ଦୁର୍ଘଟଣାର ସୂଚନା ମିଳିବା ପରେ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛି। ଏପର୍ଯ୍ୟନ୍ତ ଲୋକଙ୍କ କହିବାନୁଯାୟୀ, ଭଗ୍ନାବଶେଷ ତଳେ ଅନେକ ଲୋକେ ଦବି ଯାଇଛନ୍ତି। ଏସଡିଆରଏଫର ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଆମେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛୁ। ଲୋକମାନଙ୍କୁ ଆଶ୍ୱସ୍ତି ଦେବା ଲାଗିି ପ୍ରୟାସ ଜାରି ରହିଛି।

Get real time updates directly on you device, subscribe now.