fbpx

ଜିଓ ସେବା ଡାଉନ, ହୋଇପାରୁନି ବହୁ କାମ

ମୁମ୍ବାଇ: ମୁମ୍ବାଇ ତଥା ଅନ୍ୟ ସହରରେ ଜିଓ ଉପଭୋକ୍ତା ଲଗାତର ନେଟଓା୍ୱର୍କ ସମସ୍ୟା ଭୋଗୁଛନ୍ତି । କିନ୍ତୁ ଏହାକୁ ନେଇ ରିଲିଆନ୍ସ ଜିଓ ପକ୍ଷରୁ ମଧ୍ୟ କୌଣସି ଆଧିକାରିକ ପ୍ରତିକ୍ରିୟା ମିଳୁନାହିଁ । କଣ ସମସ୍ୟା ହୋଇଛି ଓ କେବେ ଠିକ ହେବ ତାକୁ ନେଇ କିଛି ସୂଚନା ନାହିଁ । ଖାଲି ଫୋନରେ ଜିଓର ନୋ ସର୍ଭିସ ଦେଖାଉଛି । ଫଳରେ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଲାଣି, ଯାହାର ପ୍ରତିଫଳନ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ।

ମୁମ୍ବାଇ ତଥା ଅନ୍ୟ ସ୍ଥାନରେ ଜିଓ ଉପଭୋକ୍ତା ବିରାଟ ନେଟୱାର୍କ ଡାଉନର ସମସ୍ୟା ଭୋଗୁଛନ୍ତି । ମୋବାଇଲ ସେବା ବ୍ୟାହତ ପାଇଁ ଅନେକ କାମ ଠପ ପଡିଛି । ଲୋକପ୍ରିୟ ଟେଲିକମ ଯୋଗାଣକାରୀ ରିଲାଏନ୍ସ ଜିଓ ଏଯାବତ୍ ଏହାକୁ ନେଇ କୌଣସ ଷ୍ଟେଟମେଣ୍ଟ ଜାରି କରିନାହିଁ । ଫଳରେ ସାମାଜିକ ଗଣମାଧ୍ୟମରେ ଏହି ସମସ୍ୟାକୁ ନେଇ ଲୋକେ ଚିନ୍ତା ପ୍ରକଟ କରୁଛନ୍ତି ।

ଡାଉନ ଡେଟର ମୁତାବକ, ୱେବ ସାଇଟ ସେବା ଗୁରୁତର ପ୍ରଭାବିତ ହୋଇଛି । ଆଜି ସକାଳୁ ଜିଓ ସେବାରେ ସମସ୍ୟା ଦେଖିବାକୁ ମିଳୁଛି । ଜଣେ X ୟୁଜର ଉଲ୍ଲେଖ କରିଛନ୍ତି କି, ମୁମ୍ବାଇ ଓ ବହୁ ସ୍ଥାନରେ ସେବା ବ୍ୟାହତ ହୋଇଛି । ଜିଓ ଆପ ମଧ୍ୟ କାମ କରୁନାହିଁ । ଏ କଣ ହେଉଛି? ଅନ୍ୟ ୟୁଜର କମେଣ୍ଟ କରିଛନ୍ତି କି, ମୁମ୍ବାଇର ସବୁ ସ୍ଥାନରେ ଜିଓ ସେବା ଡାଉନ ହୋଇଛି.. ଏହା ଅନ୍ୟ କିଛି ବିରାଟ ସମସ୍ୟା କି? ବୋଲି ସେ ପ୍ରଶ୍ନ କରିଛନ୍ତି । ତେବେ ଏହାକୁ ନେଇ ଜିଓ ପକ୍ଷରୁ କୌଣସି ଅଫିସିଆଲ ସୂଚନା ଦିଆଯାଉ ନାହିଁ ।

Get real time updates directly on you device, subscribe now.