fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ଆତିଶୀ ଅକ୍ସଫୋର୍ଡରୁ କରିଛନ୍ତି ଏମଏସସିରେ ଡିଗ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆତିଶି ମାର୍ଲେନ ମୁଖ୍ୟମନ୍ତ୍ରୀ ଭାବେ ଦଳୀୟ ନେତାଙ୍କ ଦ୍ୱାରା ମନୋନୀତ ହୋଇଛନ୍ତି । ଦିଲ୍ଲୀ ମଦ ଦୁର୍ନୀତିରେ ବହୁ ନେତା ଜେଲ ଯିବା ପରେ ଆତିଶୀ ରହିଥିଲେ ଚର୍ଚ୍ଚାରେ । ଏବେ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି । ତେବେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବ ଆତିଶୀଙ୍କ କ୍ୟାରିୟର ବିଷୟରେ ଅନେକଙ୍କୁ ଜଣାନାହିଁ ।

୨୦୨୦ ନିର୍ବାଚନରେ ପ୍ରଥମ ଥର ପାଇଁ ବିଧାୟିକ ହୋଇଥିଲେ ଆତିଶୀ । ପ୍ରଥମେ ସେ ଶିକ୍ଷା ୱାର୍କର ଭାବେ ଶିକ୍ଷା ସୁଧାର ଦିଗରେ କାମ କରିଥିଲେ । ସେହିପରି ଆର୍ଥିକ ପରାମର୍ଶଦାତା, ରାଜନୈତିକ ପରାମର୍ଶଦାତା, ସାମାଜିକ କର୍ମୀ ଭାବେ କାମ କରିଥିଲେ । ଦିଲ୍ଲୀବାସୀଙ୍କ ବିଭିନ୍ନ ସମସ୍ୟା ସମୟରେ ଆତିଶୀ ସେମାନଙ୍କ ପାଇଁ କାମ କରି ନିଜ ପାଇଁ ସ୍ୱତନ୍ତ୍ର ଏକ ପରିଚୟ ସୃଷ୍ଟି କରିଥିଲେ ।

ଆତିଶୀ ଅକ୍ସଫୋର୍ଡ ୟୁନିଭର୍ସିଟିରୁ ଅର୍ଥନୀତିରେ ଏମଏସସି ଡିଗ୍ରୀ ହାସଲ କରିଥିଲେ । ଶିକ୍ଷାର ବିକାଶ ପାଇଁ କାମ କରି ଆତିଶୀ ଲୋକପ୍ରିୟତା ହାସଲ କରିଥିଲୋ ତାଙ୍କ ଏହି କାମ ପାଇଁ ୨୦୧୬ରେ ମେଗାସସ୍ ପୁରସ୍କାର ପାଇଥିଲେ ।

ଏଠାରେ କହିରଖୁ କି, ଶୁକ୍ରବାର ଦିନ କେଜରିୱାଲ ଜେଲରୁ ୧୭୭ ଦିନ ପରେ ମୁକ୍ତ ହୋଇଥିଲେ । ଏହା ପରେ ରବିବାର ଦିନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଥିଲେ । ଏହା ପରେ କେଜରିୱାଲଙ୍କ ସ୍ଥାନରେ କିଏ ମୁଖ୍ୟମନ୍ତ୍ରୀ ହେବ ତାକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ତେବେ ଏହି ଦୌଡରେ ଆଗରେ ଥିଲେ ଆତିଶୀ । ଶେଷରେ ଆତିଶୀଙ୍କ ନାଁରେ ମୋହର ଲାଗିଥିଲା ।

Get real time updates directly on you device, subscribe now.