fbpx

ମଙ୍ଗଳରେ ହେଉଥିବା ପରିବର୍ତ୍ତନ ମଣିଷ ପାଇଁ ଆଣିଦେବ ବଡ ସମ୍ଭାବନା

ଆମ ବୈଜ୍ଞାନିକଙ୍କ ପାଇଁ ମଙ୍ଗଳ ପ୍ରଥମ ପସନ୍ଦ ହୋଇଛି । ମଙ୍ଗଳରେ ବସବାସ କରିବାକୁ ମଣିଷର ଗବେଷଣା ଜାରି ରହିଛି । ଏହି ଗବେଷଣା କାଳରେ ମଙ୍ଗଳକୁ ନେଇ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି । ନାଶା ବୈଜ୍ଞାନିକ ମଙ୍ଗଳର ଗୁରୁତ୍ୱାକର୍ଷଣ କ୍ଷେତ୍ରରେ ପରୀକ୍ଷା ନିରୀକ୍ଷା କରୁଥିବା ବେଳେ ପାଇଛନ୍ତି କି,ମଙ୍ଗଳ ପୃଷ୍ଠରେ ଏକ ମହାସାଗର ଥିଲା ।

ସାଇନ୍ସ ଆଲର୍ଟ ଅନୁସାରେ, ବୈଜ୍ଞାନିକମାନେ ଗବେଷଣା କାଳରେ ପାଇଛନ୍ତି କି, ମଙ୍ଗଳର ମେଟାଲରେ ଚାଲୁଥିବା ପ୍ରକ୍ରିୟା ସୌର ମଣ୍ଡଳର ସବୁଠାରୁ ବଡ ଜ୍ୱାଳାମୁଖୀ ଓଲମ୍ପସର ଉପସ୍ଥିତି ଜାହିର କରୁଛି । ଡେଲ୍ଫ୍ ୟୁନିଭର୍ସିଟି ଅଫ ଟେକ୍ନୋଲୋଜିର ବାର୍ଟ ରୁଟ ବର୍ଲିନର ୟୁରୋପ୍ଲେନେଟ ସାଇନ୍ସ କଂଗ୍ରେସ (ଇପିଏସସି)ରେ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ମଙ୍ଗଳର ଆଭ୍ୟନ୍ତରୀଣ ଭାଗରେ ଥିବା ରହସ୍ୟ ଉପରୁ ପର୍ଦ୍ଦା ହଟାଇ ଦିଆଯାଇଛି ।
ରୁଟ କହିଛନ୍ତି କି, ମଙ୍ଗଳ ଉପରେ ମିଳିଥିବା ସଂରଞ୍ଚନା ପ୍ରକୃତରେ ଜ୍ୱାଳାମୁଖୀର ଅବଶେଷ ହୋଇପାରେ । ସମୟକ୍ରମେ ସେସବୁ ସଙ୍କୁଚିତ ହୋଇଯାଇଛି । ଉତ୍ତର ମେରୁରେ ଭିନ୍ନ ଭିନ୍ନ ଆକାରରେ ପ୍ରାୟ ୨୦ ୟୁନିଟ ପ୍ରମାଣ ଏମିତି ମିଳିଛି, ଯେଉଁଥିରେ ଗୋଟିଏ କୁକୁର ଆକାରର ରହିଛି । ଏହାକୁ ନେଇ କୌଣସି ପ୍ରମାଣ ମିଳିନାହିଁ, କିନ୍ତୁ ଉତ୍ତର ଗୋଲାର୍ଦ୍ଧର ପୁରୁଣା କାଳକୁ ନେଇ ଆକର୍ଷଣୀୟ ଝଲକ ଦେଉଛି ।

ସାଟେଲାଇଟ ଇମେଜରୁ ଜଣାପଡିଥି କି, ଉତ୍ତର ଗୋଲାର୍ଦ୍ଧ ପ୍ରାୟ ୩୦୦-୪୦୦ କିମି ବ୍ୟାପ୍ତ । ଏଥିରେ ବ୍ରହ୍ମାଣ୍ଡର ସବୁଠାରୁ ବଡ ଆଗ୍ନେୟଗିରି ଓଲମ୍ପସ ମାନ୍ସ ରହିଛି । ଡା ରୁଟ ଓ ତାଙ୍କ ଟିମ ପ୍ରାୟ ୧,୭୫୦ କିମି ଚୌଡାର ଏକ ବିଶାଳ ଓ ହାଲୁକା ସଂରଚନା ପାଇଛନ୍ତି, ଯାହା ଭୂମୀଠାରୁ ୧୧୦୦ କିମି ତଳେ ରହିଛି । ଏହି ଜ୍ୱାଳାମୁଖୀ ପାଇଁ ଥାର୍ସିସ ସ୍ତର ଉପରକୁ ଆସୁଛି । ଏହା ଦ୍ୱାରା ଭବିଷ୍ୟତରେ ମଙ୍ଗଳ ଉପରେ ଜନବସତି ସମ୍ଭବ ହେବ ବୋଲି ବୈଜ୍ଞାନିକ ଆଶା କରୁଛନ୍ତି ।

 

Get real time updates directly on you device, subscribe now.