fbpx

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ; ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେଜରିୱାଲ । ଉପରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେଲେ ଅରବିନ୍ଦ କେଜରିୱାଲ । ଆତିଶୀ ମର୍ଲେନା ହେବେ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅପରାହ୍ନ ପ୍ରାୟ ୪ଟା ୪୫ ମିନିଟ୍ ରେ ଉପରାଜ୍ୟପାଳ ବିନୟ ସକ୍ସେନାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ଅରବିନ୍ଦ କେଜ୍ରିଓ୍ଵାଲ ।

ତାଙ୍କ ସହ ଆତିଶୀଙ୍କ ସମେତ ସମସ୍ତ ମନ୍ତ୍ରୀ ଉପସ୍ଥିତ ଥିଲେ। ସେପ୍ଟେମ୍ବର ୨୬ ଓ ୨୭ରେ ଦିଲ୍ଲୀ ସରକାର ଦୁଇ ଦିନିଆ ବିଧାନସଭା ଅଧିବେଶନ ଡାକିଛନ୍ତି । ଏହା ପୂର୍ବରୁ ଆତିଶୀ ମାର୍ଲେନାଙ୍କୁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଯାଇଥିଲା । ମଙ୍ଗଳବାର ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକ ଦଳ ବୈଠକରେ କେଜ୍ରିୱାଲ ତାଙ୍କ ନାମ ପ୍ରସ୍ତାବ ଦେଇଥିଲେ। ବିଧାୟକମାନେ ଏଥିରେ ରାଜି ହୋଇଥିଲେ ।

ଦିଲ୍ଲୀ ପରିବହନ ମନ୍ତ୍ରୀ ଗୋପାଳ ରାୟ ଆତିଶୀଙ୍କ ନାମ ଘୋଷଣା କରି କହିଛନ୍ତି- ଆମେ ଅଜବ ପରିସ୍ଥିତିରେ ଏହି ନିଷ୍ପତ୍ତି ନେଇଛୁ । କେଜ୍ରିୱାଲଙ୍କ ସଚ୍ଚୋଟତାକୁ କଳଙ୍କିତ କରାଯାଇଥିଲା । ଲୋକମାନେ ତାଙ୍କୁ ନିର୍ବାଚିତ ନକରିବା ପର୍ଯ୍ୟନ୍ତ ସେ ମୁଖ୍ୟମନ୍ତ୍ରୀ ଆସନରେ ବସିବେ ନାହିଁ ।

Get real time updates directly on you device, subscribe now.