fbpx

(Video) ଆପଣଙ୍କୁ ମିଳିନି ‘ସୁଭଦ୍ରା’ ଟଙ୍କା? ଏହିଦିନ ଆକାଉଣ୍ଟକୁ ଆସିବ କିସ୍ତି, ଜାଣନ୍ତୁ କ’ଣ କହିଲେ ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ଭାସ୍କର: ଆଜି ରାଜ୍ୟର ଅଧିକାଂଶ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଜନ୍ମଦିନ ଅବସରରେ ଓଡ଼ିଶାର ନାରୀଶକ୍ତିକୁ ଦେଇଛନ୍ତି ବଡ଼ ଉପହାର । ତେବେ ରାଜ୍ୟର ଲକ୍ଷ ଲକ୍ଷ ମହିଳା ଏହି ଟଙ୍କା ପାଇଥିବା ବେଳେ ଆହୁରି ଅନେକ ମହିଳାଙ୍କ ଆକାଉଣ୍ଟକୁ ଏହି ଟଙ୍କା ପହଞ୍ଚି ପାରିନାହିଁ । ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଦେଖାଦେଇଛି । ଯୋଜନାର ପ୍ରଥମ କିସ୍ତି କେବେ ମିଳିବ ଏବଂ ମିଳିବ କି ନାହିଁ… ଇତ୍ୟାଦି ପ୍ରଶ୍ନକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ମହିଳା ହିତାଧିକାରୀ ।

ଆଜି ଜନତା ମଇଦାନରେ ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତି ପଠାଯାଇଛି । ଏହି ତାଲିକାରେ ଆଜି ୨୫ ଲକ୍ଷ ୧୧ ଜଣ ହିତାଧିକାରୀଙ୍କ ଆକାଉର୍ଟରେ ଏହି ଟଙ୍କା ପହଞ୍ଚିପାରିଛି । କିନ୍ତୁ ଯେଉଁମାନଙ୍କ ଆକାଉଣ୍ଟକୁ ଏହି ଟଙ୍କା ଯାଇନାହିଁ, ସେମାନେ ଦ୍ୱନ୍ଦ୍ୱରେ ରହିଛନ୍ତି । ତେବେ ଏହି ଟଙ୍କା ଖୁବଶୀଘ୍ର ଆପଣଙ୍କ ଆକାଉଣ୍ଟରେ ପହଞ୍ଚିବ । ଧିରେ ଧିରେ ଡିବିଟି ମାଧ୍ୟମରେ ଆକାଉଣ୍ଟକୁ ଏହି ଟଙ୍କା ଯିବ ବୋଲି କୁହାଯାଇଛି । ଆଜି ଯଦି ଏହି ଟଙ୍କା ଆପଣଙ୍କ ଆକାଉଣ୍ଟକୁ ଯାଇନାହିଁ, ତେବେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । ଧିରେ ଧିରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ‘ସୁଭଦ୍ରା’ ଯୋଜନାର ସମସ୍ତ ଟଙ୍କା ପହଞ୍ଚିବ ।

ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇବେ ବୋଲି କହିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଯେଉଁମାନେ ବର୍ତ୍ତମାନ ସୁଦ୍ଧା ଆବେଦନ କରିନାହାନ୍ତି, ସେମାନେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । ଆସନ୍ତା ଦିନରେ ସମସ୍ତଙ୍କ ଆକାଉଣ୍ଟରେ ଏହି ଟଙ୍କା ପହଞ୍ଚିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନା ଅନୁସାରେ, ଡାଇରେକ୍ଟ ବେନିଫିଟ୍ସ ଟ୍ରାନ୍ସଫର ଜରିଆରେ ଏହା ୨୫ ଲକ୍ଷ ୧୧ ଜଣ ହିତାଧିକାରୀଙ୍କ ଖାତାରେ ଜମା ହୋଇଛି । ଆଜି ପ୍ରଥମ କିସ୍ତିରେ ୫ହଜାର ଟଙ୍କା ମିଳିଥିବା ବେଳେ ବର୍ଷକୁ ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ମିଳିବ । ଏହି ଯୋଜନାରେ ପ୍ରତି ହିତାଧିକାରୀଙ୍କୁ ପାଞ୍ଚ ବର୍ଷରେ ମୋଟ ୫୦ ହଜାର ଟଙ୍କା ମିଳିବ । ଭୁବନେଶ୍ବରରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ରାଜ୍ୟପାଳ ରଘୁବର ଦାସ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.