fbpx

PKL 11: U Mumbaର ନୂତନ ଅଧିନାୟକ ହେଲେ ସୁନିଲ କୁମାର, ଏହି ୨ ଖେଳାଳି ତୁଲାଇବେ ଉପ- ଅଧିନାୟକ ଦାୟିତ୍ୱ

ନୂଆଦିଲ୍ଲୀ: ପ୍ରୋ କବାଡି ଲିଗ୍‌(PKL)ର ୧୧ତମ ସିଜିନର ନିଲାମ ପାଇଁ ସୁନିଲ କୁମାରଙ୍କ ଉପରେ ସର୍ବାଧିକ ବିଡ୍ ରଖାଯାଇଥିଲା । U Mumba ସୁନିଲଙ୍କୁ ୧.୦୧୫ କୋଟିରେ କିଣିଛି । ପ୍ରୋ କବାଡି ଲିଗ୍ ଇତିହାସରେ ସୁନିଲ ମହଙ୍ଗା ଭାରତୀୟ ଡିଫେଣ୍ଡର ହୋଇଛନ୍ତି । ବର୍ତ୍ତମାନ ସେ PKLର ୧୧ତମ ସିଜିନରେ U Mumba ଅଧିନାୟକତ୍ୱ କରିବାରେ ନଜର ଆସିବେ ।

ପ୍ରୋ କବାଡି ଲିଗର ୧୧ତମ ସିଜିନରେ ସୁନିଲ କୁମାରଙ୍କ ନିଲାମ ପାଇଁ ବେଙ୍ଗାଲୁରୁ ବୁଲ୍ସ ଏବଂ ଦବଙ୍ଗ ଦିଲ୍ଲୀ ଦଳ ମଧ୍ୟରେ କଡ଼ା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ବିଡ୍ ୮୦ ଲକ୍ଷ ପର୍ଯ୍ୟନ୍ତ ଯିବା ପରେ ନିଲାମରେ U Mumba ଅଂଶଗ୍ରହଣ କରିଥିଲା । ଏହା ପରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟରେ ସୁନିଲ କୁମାରଙ୍କୁ ଟିମରେ ସାମିଲ କରାଯାଇଥିଲା । ସୁରିନ୍ଦର ସିଂହଙ୍କ ସ୍ଥାନରେ ସୁନିଲ ଭଲ ପ୍ରଦର୍ଶନ କାଏମ ରଖିବେ ବୋଲି ୟୁ ମୁମ୍ବା ଆଶା ପ୍ରକାଶ କରିଛି । କହିରଖୁଛୁ ସୁରିନ୍ଦର ୨ ବର୍ଷ ପର୍ଯ୍ୟନ୍ତ ୟୁ ମୁମ୍ବା ଦଳର ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । କିନ୍ତୁ ତାଙ୍କ ପ୍ରଦର୍ଶନରେ ହ୍ରାସ ଯୋଗୁ ଦଳରୁ ବହିଷ୍କୃତ ହୋଇଥିଲେ । ତେବେ ସୁନିଲ କୁମାରଙ୍କ ବ୍ୟତୀତ ରାଇଟ୍ କର୍ଣ୍ଣର ଡିଫେଣ୍ଡର ରିଙ୍କୁ ଶର୍ମା ଏବଂ ଲେଫ୍ଟ କଭର ଡିଫେଣ୍ଡର ପରୱେଶ୍ ଭେନ୍ସୱାଲଙ୍କୁ U Mumba ଏହାର ଆଗାମୀ ସିଜିନ୍ ପାଇଁ ଉପ ଅଧିନାୟକ ଘୋଷଣା କରିଛି । କହିରଖୁଛୁ ରିଙ୍କୁକୁ ମୁମ୍ବା ଟିମ୍ ନିଲାମ ପୂର୍ବରୁ ରିଟେନ୍ କରିଥିଲା । ସେହିପରି ପରୱେଶ ତେଲୁଗୁ ଟାଇଟନ୍ସରୁ ୟୁ ମୁମ୍ବାକୁ ଆସିଛନ୍ତି । ତାଙ୍କୁ ଦଳ ୧୯.୫ କୋଟି ଟଙ୍କାରେ କିଣିଛି ।

Get real time updates directly on you device, subscribe now.