fbpx

ନା ବଙ୍ଗଳା ଅଛି, ନା ଗାଡ଼ି…୩ଟି ବ୍ୟାଙ୍କରେ ଜମା ରାଶି ସହ ରହିଛି ୫୭ ଲକ୍ଷ ଟଙ୍କାର FD, ଜାଣନ୍ତୁ କେତେ ସମ୍ପତ୍ତିର ମାଲିକିଆଣି ଆତିଶୀ ?

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ରାଜନୈତିକ ମାହୋଲ ବେଶ ସରଗରମ ରହିଛି । ଦିଲ୍ଲୀର ନୂତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମଙ୍ଗଳବାର ଆପ୍ ବିଧାୟକ ଦଳ ବୈଠକରେ କେଜରିୱାଲଙ୍କ ସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀଙ୍କ ନାଁରେ ମୋହର ବାଜିଥିଲା । ତେବେ ଆସନ୍ତୁ ଜାଣିବା ଆତିଶୀ ମୋଟ୍ କେତେ ସମ୍ପତ୍ତିର ମାଲିକ ।

ସୁଷମା ସ୍ୱରାଜ ଏବଂ ଶୀଲା ଦୀକ୍ଷିତଙ୍କ ପରେ ଦିଲ୍ଲୀର ୩ୟ ନୂତନ ମହିଳା ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଆତିଶୀ ମାର୍ଲେନା ସିଂହ । ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ସମୟରେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟ୍ ଅନୁଯାୟୀ ଆତିଶୀଙ୍କ ପାଖରେ ମୋଟ୍ ୧.୪୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ଉପରେ କୌଣସି ଋଣ ନାହିଁ । ତାଙ୍କ ପାଖରେ ମୋଟ୍ ୬୫ ହଜାର ଟଙ୍କାର ନଗଦ ରାଶି ରହିଛି । ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ ଏବଂ NBFCରେ ମୋଟ୍ ୧,୦୦,୮୭,୩୨୩ ଟଙ୍କା ଜମା ଅଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ICICI ବ୍ୟାଙ୍କ ଏବଂ ବ୍ୟାଙ୍କ ଅଫ୍ ବରୋଦାରେ ତାଙ୍କର ୩ଟି ଆକାଉଣ୍ଟ ଅଛି । ଏହି ସମସ୍ତ ଖାତାରେ ତାଙ୍କ ନାଁରେ ମୋଟ୍ ୧ ଲକ୍ଷରୁ ଉଦ୍ଧ୍ୱର୍ ଟଙ୍କା ଜମା ରହିଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ICICI ବ୍ୟାଙ୍କରେ ତାଙ୍କ ୩୯ ଲକ୍ଷ ଏବଂ ୧୮ ଲକ୍ଷ ଟଙ୍କାର ଏଫ୍ଡି ରହିଛି । ଏହା ବ୍ୟତୀତ ତାଙ୍କ ପାଖରେ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା କି ଆତିଶୀଙ୍କ ନାଁରେ କୌଣସି ବଙ୍ଗଳା କିମ୍ବା ଗାଡ଼ି ନାହିଁ । ଅପରପକ୍ଷରେ ତାଙ୍କ ସ୍ୱାମୀଙ୍କ ପାଖରେ ପ୍ରାୟ ୧୩ ଲକ୍ଷ ଟଙ୍କାର ପିପିଏଫ୍ ଆକାଉଣ୍ଟ, ୪.୫୦ ଲକ୍ଷ ଟଙ୍କାର ପୋଷ୍ଟାଲ ଏଫଡି ଏବଂ ୨୭ ହଜାର ଟଙ୍କାର ସଞ୍ଚୟ ରହିଛି । କହିରଖୁଛୁ ୨୦୨୮-୧୯ ଆଫିଡେଭିଟ୍ ଅନୁଯାୟୀ ଆତିଶୀଙ୍କ ITRରେ ଆୟ୫,୨୦, ୫୦୭ ଏବଂ ତାଙ୍କ ସ୍ୱାମୀଙ୍କ ଆୟ ୩, ୭୧, ୨୫୩ ଦର୍ଶାଯାଇଥିଲା ।

Get real time updates directly on you device, subscribe now.