fbpx

କୋଣାର୍କ ସୂର୍ଯ୍ୟମନ୍ଦିରରେ ଏଏସଆଇ ଟିମ୍, ଗର୍ଭଗୃହରୁ ବାଲିକଢ଼ା ସ୍ଥିତିର କଲେ ଅନୁଧ୍ୟାନ

ଓଡ଼ିଶା ଭାସ୍କର: କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଏଏସଆଇ ଟିମ୍ । ମନ୍ଦିର ସଂରକ୍ଷଣ ଏବଂ ଗର୍ଭଗୃହର ବାଲିକଢ଼ା ସ୍ଥିତି ନେଇ ଅନୁଧ୍ୟାନ କରିଛି ଏଏସଆଇ ଟିମ୍ । ଏଏସଆଇ ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ଏଏସଆଇ ଟିମ୍ ଅନୁଧ୍ୟାନ କରିଛନ୍ତି ।

ସୂଚନାରୁ ପ୍ରକାଶ କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ ବାଲି କାଢ଼ିବା ପାଇଁ ୩ ବର୍ଷ ସମୟ ଧାର୍ଯ୍ୟ ହୋଇଥିଲା । ଏଥିମଧ୍ୟରେ ୨ ବର୍ଷ ବିତି ସାରିଛି । ବାଲିକଢ଼ା କାର୍ଯ୍ୟ ପାଇଁ ଅତ୍ୟାଧୁନିକ ମେସିନ ଲଗାଯାଇଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଆଜି ଏଏସଆଇ ଏଡିଜି ଜାହ୍ନବୀ ଶର୍ମାଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍ ମନ୍ଦିରର ସ୍ଥିତି ଅନୁଧ୍ୟାନ କରିଛନ୍ତି । ତେବେ ଖୁବ୍ ଶୀଘ୍ର ବାଲିକଢ଼ା କାର୍ଯ୍ୟ ଆରମ୍ଭ ହେବ ବୋଲି ପୂର୍ବାନୁମାନ କରାଯାଉଛି । ଆଉ ହାତରେ ମାତ୍ର ବର୍ଷେ ବାକି ଥିବାବେଳେ ଏଏସଆଇ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

Get real time updates directly on you device, subscribe now.