fbpx

ପୂର୍ଣ୍ଣଗର୍ଭା ଭାର୍ଗବୀକୁ କୁନି ଛୁଆ ସହ ଡେଇଁପଡିଲା ମା’, ଉଦ୍ଧାର ହେଲା…

ଭୁବନେଶ୍ବର: ବର୍ଷା ପାଇଁ ଭାର୍ଗବୀ ଗର୍ଭ ପୂରି ଉଠିଛି । ନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଜଳ ପ୍ରବାହ ଦେଖିବାକୁ ଲୋକଙ୍କ ଥାଟ ପଟାଳ ପଡୁଛି ନଦୀ ବନ୍ଧରେ । ଲୋକଙ୍କ ଭିତରେ ଭୟ, କାଳେ ବନ୍ଧ ଭାଙ୍ଗିବ । ହେଲେ ବୁଧବାର ଭାର୍ଗବୀ ଜଳକୁ ଡେଇଁପଡିଥିଲେ ଜଣେ ମହିଳା । ମହିଳା କୋଳରେ ଛୋଟ ଛୁଆ ଧରି ନଦୀକୁ ଡେଇଁପଡିଥିଲେ । ସୁନାପଦା ନିକଟରେ ମହିଳାଙ୍କ ଏମିତି କାମ ଦେଖି ସ୍ଥାନୀୟ ଲୋକ ଚମକି ଉଠିଥିଲେ ।

କିଛି ଯୁବକ ତୁରନ୍ତ ନଈକୁ ଡେଇଁଥିଲେ, ହେଲେ ଜଳ ସ୍ରୋତ ଦେଖି ଭୟରେ କୂଳକୁ ଚାଲିଆସିଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ପାଇ ଅଗ୍ନିଶମ ବାହିନୀ ମାତ୍ର ଅଳ୍ପ କିଛି ସମୟରେ ସେଠାରେ ପହଞ୍ଚିବା ସହ ମାଆ ଓ ଛୁଆକୁ ଖୋଡିବାରେ ଲାଗିପଡିଥିଲେ । ଡେଇଁବା ସ୍ଥାନରୁ ମାତ୍ର ୧ କିମି ଦୂରରେ ଉଭୟଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । କିଏ ଏହି ମା ଓ ଛୁଆ ତାହା ଜଣାପଡି ନାହିଁ ।

ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆଖପାଖ ଅଞ୍ଚଳରେ ପଚରା ଉଚରା କରୁଛି । କାହିଁକି ମାଆ ଟିଏ ଏମିତି ଚରମ ପଦକ୍ଷେପ ନେଲା ତାକୁ ନେଇ ତଦନ୍ତ ଚଳାଇଛି ।

Get real time updates directly on you device, subscribe now.