fbpx

୨୦ ସେପ୍ଟେମ୍ବରରୁ ଗୁଗଲ ବନ୍ଦ କରିଦେବ ଏହି ୟୁଜର୍ସଙ୍କ Gmail, ଏପରି ବଞ୍ଚାଇ ପାରିବେ ନିଜ ଆକାଉଣ୍ଟ

ନୂଆଦିଲ୍ଲୀ: ଯେତିକି ଲୋକେ ସ୍ମାର୍ଟଫୋନ ବା କମ୍ପ୍ୟୁଟର ବ୍ୟବହାର କରୁଛନ୍ତି, ସେମାନଙ୍କ ମଧ୍ୟରୁ ୯୯ ପ୍ରତିଶତ ଲୋକଙ୍କ ପାଖରେ ଗୁଲର ଜିମେଲ ଆଇଡି ଅଛି। ଗୁଗଲ ବେଳେ ବେଳେ ଜିମେଲ ପାଇଂ ନୂଆ ନୂଆ ନିୟମ ଲଗାଇଥାଏ। ଗୁଗଲ ପକ୍ଷରୁ ବର୍ତ୍ତମାନ ଏକ ବଡ଼ ପଦକ୍ଷେପ ଉଠାଯାଇଛି। ଗୁଗଲ ବର୍ତ୍ତମାନ ଲକ୍ଷ ଲକ୍ଷ ଜିମେଲ ଆକାଉଣ୍ଟକୁ ବନ୍ଦ କରିବାକୁ ଯାଉଛି। ଯଦି ଆପଣ ମଧ୍ୟ ଜିମେଲ ଆକାଉଣ୍ଟ ବ୍ୟବହାର କରୁଛନ୍ତି ତେବେ ଏହି ଖବର ଆପଣଙ୍କ କାମରେ ଆସିବ।

ଏପରି ଅନେକ ୟୁଜର୍ସ ଥାଆନ୍ତି ଯିଏ ଜଣଙ୍କଠୁ ଅଧିକ ଜିମେଲ ଆକାଉଣ୍ଟ କ୍ରିଏଟ କରିଥାଏ ହେଲେ ସେଥିରୁ ଅଧିକ ଆକାଉଣ୍ଟକୁ ପରେ ବ୍ୟବହାର କରିନଥାଆନ୍ତି। ବର୍ତ୍ତମାନ ଗୁ୍‌ଗଲ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି। କମ୍ପାନୀ ୨୦ ସେପ୍ଟେମ୍ବରୁ ଅନେକ ଜିମେଲ ଆକାଉଣ୍ଟକୁ ବନ୍ଦ କରିବାକୁ ଯାଉଛି।

ଗୁଗଲ ନିଜ ସର୍ଭରର ସ୍ପେସକୁ ବଞ୍ଚାଇ ପାଇଁ ଏପରି ପଦକ୍ଷେପ ଗ୍ରହଣ କରିଛି। ଯିଏ ଜିମେଲ ବା ଗୁଗଲ ଡ୍ରାଇଭ ଭଳି ସର୍ଭିସକୁ ବ୍ୟବହାର କରେ, କିନ୍ତୁ ବହୁ ସମୟ ପର୍ଯ୍ୟନ୍ତଏଥିରେ ଆକ୍ଟିଭ ରହିନଥାଏ। ଏହି ସମୟରେ ଏହି ଆକାଉଣ୍ଟକୁ ବନ୍ଦ କରାଯାଇଥାଏ। ଯଦି ଆପଣ ଗୋଟିଏ ଜିମେଲ ଆକାଉଣ୍ଟକୁ ୨ ବର୍ଷରୁ ଅଧିକ ଖୋଲିନାହାନ୍ତି ତେବେ ଆପଣଙ୍କ ଜିମେଲକୁ ଗୁଗଲ ବନ୍ଦ କରିପାରେ।

କିପରି ବଞ୍ଚିବେ:
-ଯେଉଁ ଆକାଉଣ୍ଟ ବହୁ ଦିନ ଧରି ଚଲାଇନାହାନ୍ତି ସେହି ଆକାଉଣ୍ଟକୁ ଓପେନ କରନ୍ତୁ।
-ଏହି ଜିମେଲରୁ କାହାକୁ ମେଲ ପଠାନ୍ତୁ, ନାହିଁ ତ ଏହି ବକ୍ସରେ ଥିବା ମେଲକୁ କାଢି ପଢନ୍ତୁ।
-ଯଦି ଆପଣ ଗୁଗଲ ଆକାଉଣ୍ଟରେ ସାଇନ ଇନ କରି ଫଟୋ ସେୟାର କରୁଛନ୍ତି ତେବେ ଆପଣ ଜିମେଲ ଆକାଉଣ୍ଟକୁ ଡିଆକ୍ଟିଭଠାରୁ ବଞ୍ଚାଇପାରିବେ।
-ୟୁଟ୍ୟୁବ ଚଳାଇଲେ ମଧ୍ୟ ଏହି ଆକାଉଣ୍ଟ ଆକ୍ଟିଭ ହୋଇଯିବ।
-ଗୁଗଲ ଡ୍ରାଇଭକୁ ବ୍ୟବହାର କରି ଜିମେଲ ଆକାଉଣ୍ଟକୁ ଆକ୍ଟିଭ କରିପାରିବେ। ଏହା ବ୍ୟତୀତ ଜିମେଲ ସାଇନଇନ କରି ଆପଣ ଗୁଗଲ ସର୍ଚ୍ଚ ଇଞ୍ଜିନରେ କିଛି ସର୍ଚ୍ଚ କରି ଆକାଉଣ୍ଟକୁ ସେଫ ରଖିପାରିବେ।

Get real time updates directly on you device, subscribe now.