fbpx

‘ୱାନ ନେସନ- ୱାନ ଇଲେକ୍ସନ’କୁ ନେଇ ଆସିଲା ପିଏମ ମୋଦୀଙ୍କ ବଡ଼ ବିବୃତ୍ତି, ପୂର୍ବତନ ରାଷ୍ଟ୍ରପତିଙ୍କୁ ଜଣାଇଲେ ଶୁଭେଚ୍ଛା

ନୂଆଦିଲ୍ଲୀ: ଏକ ଦେଶ, ଏକ ନିର୍ବାଚନ ଉପରେ ଉଚ୍ଚ ସ୍ତରୀୟ କମିଟି ଦ୍ୱାରା କରାଯାଇଥିବା ସୁପାରିଶକୁ କ୍ୟାବିନେଟ୍ ଗ୍ରହଣ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏହି ପଦକ୍ଷେପକୁ ଆଗେଇ ନେବା ଏବଂ ବିଭିନ୍ନ ପ୍ରକ୍ରିୟାରେ ପରାମର୍ଶ ଦେଇଥିବାରୁ ସେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଆମର ଗଣତନ୍ତ୍ରକୁ ଆହୁରି ଜୀବନ୍ତ ଏବଂ ଅଂଶଗ୍ରହଣକାରୀ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ପିଏମ ମୋଦୀ ଟ୍ୱିଟରରେ ଏକ ପୋଷ୍ଟରେ କହିଛନ୍ତି, ‘ଏକକାଳୀନ ନିର୍ବାଚନ ସମ୍ପର୍କରେ ଉଚ୍ଚ ସ୍ତରୀୟ କମିଟିର ସୁପାରିଶକୁ କ୍ୟାବିନେଟ ଗ୍ରହଣ କରିଛି। ଏହି ପ୍ରୟାସର ନେତୃତ୍ୱ ନେଇ ଏବଂ ବହୁ ହିତାଧିକାରୀଙ୍କ ପରାମର୍ଶ ପାଇଁ ମୁଁ ଆମର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଅଭିନନ୍ଦନ ଜଣାଉଛି।’

Get real time updates directly on you device, subscribe now.