fbpx

କାନାରା ବ୍ୟାଙ୍କରେ ବମ୍ପର ନିଯୁକ୍ତି: ୩୦୦୦ ପଦବୀ ପାଇଁ ଏହି ତାରିଖରୁ ଆରମ୍ଭ ହେବ ଆବେଦନ

ନୂଆଦିଲ୍ଲୀ: ଯଦି ଆପଣ ବ୍ୟାଙ୍କରେ ଚାକିରି ଖୋଜୁଛନ୍ତି ତେବେ ଆପଣ କାନାରା ବ୍ୟାଙ୍କରେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ଗ୍ରାଜୁଏଟ୍ ଆପ୍ରେଣ୍ଟିସର ବମ୍ପର ପୋଷ୍ଟ ପାଇଁ କାନାରା ବ୍ୟାଙ୍କ ନିଯୁକ୍ତି ବିଜ୍ଞପ୍ତି ଜାରି କରିଛି ।

ଯେଉଁ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ଆବେଦନ ଲିଙ୍କ୍ ସକ୍ରିୟ ହେବା ପରେ ଫର୍ମ ପୂରଣ କରିପାରିବେ । ଏଥିପାଇଁ କେବଳ ବିଜ୍ଞପ୍ତି ପ୍ରକାଶ ପାଇଛି, ପଞ୍ଜୀକରଣ ଆରମ୍ଭ ହୋଇନାହିଁ । ଆଜି ଠାରୁ ୨ ଦିନ ପରେ ଯଥା ୨୧ ସେପ୍ଟେମ୍ବର ୨୦୨୪ ରେ ପଞ୍ଜୀକରଣ ଆରମ୍ଭ ହେବ ।

କିପରି ଆବେଦନ କରିବେ :-
କାନାରା ବ୍ୟାଙ୍କର ଆପ୍ରେଣ୍ଟିସ୍ ପୋଷ୍ଟଗୁଡିକ କେବଳ ଅନଲାଇନରେ ଆବେଦନ କରାଯାଇପାରିବ, ଏହା କରିବା ପାଇଁ ଆପଣଙ୍କୁ ବ୍ୟାଙ୍କର ଅଫିସିଆଲ୍ ୱେବସାଇଟ୍ କୁ ଯିବାକୁ ପଡିବ ଯାହାର ଠିକଣା ହେଉଛି – canarabank.com.। ଏହି ନିଯୁକ୍ତି ଡ୍ରାଇଭ୍ ମାଧ୍ୟମରେ ପ୍ରାୟ ୩୦୦୦ ପଦବୀରେ ଯୋଗ୍ୟ ପ୍ରାର୍ଥୀ ନିଯୁକ୍ତ ହେବେ । ଆବେଦନଗୁଡିକ ୨୧ ସେପ୍ଟେମ୍ବରରୁ ଆରମ୍ଭ ହେବ ଏବଂ ଫର୍ମ ପୂରଣ କରିବାର ଶେଷ ତାରିଖ ହେଉଛି ୪ ଅକ୍ଟୋବର ୨୦୨୪ ।

ଏହି ପୋର୍ଟାଲରେ ପଞ୍ଜିକରଣ କରିବା ଆବଶ୍ୟକ :-

କାନାରା ବ୍ୟାଙ୍କ ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନଙ୍କୁ ଆପ୍ରେଣ୍ଟିସିପ୍ ପୋର୍ଟାଲରେ ପଞ୍ଜିକରଣ କରିବାକୁ ପଡିବ । ଯଦି ପୂର୍ବରୁ ପଞ୍ଜୀକୃତ ହୋଇଛି, ଆପଣ ବ୍ୟାଙ୍କର ୱେବସାଇଟ୍ ଯାଇ ସିଧାସଳଖ ଆବେଦନ କରିପାରିବେ । ଯଦି ଆପଣ ପୂର୍ବରୁ ପଞ୍ଜୀକୃତ ହୋଇନାହାଁନ୍ତି, ତେବେ ଆପଣଙ୍କୁ ପ୍ରଥମେ www.nats.education.gov.in କୁ ଯାଇ ପଞ୍ଜିକରଣ କରିବାକୁ ପଡିବ । ଯେଉଁପ୍ରାର୍ଥୀଙ୍କର ପଞ୍ଜୀକରଣ ଆପ୍ରେଣ୍ଟିସିପ୍ ପୋର୍ଟାଲରେ ସମ୍ପୂର୍ଣ୍ଣ ହୋଇଛି, ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ ।

କିଏ ଫର୍ମ ପୂରଣ କରିପାରିବ :-

ଆବେଦନ କରିବାକୁ ପ୍ରାର୍ଥୀ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ଆବଶ୍ୟକ । ବୟସ ସୀମା ୨୦ ରୁ ୨୮ ବର୍ଷରେ ସ୍ଥିର କରାଯାଇଛି । ପ୍ରାର୍ଥୀ ୧/୯/୧୯୯୬ ରୁ ୧/୯/୨୦୦୪ ମଧ୍ୟରେ ଜନ୍ମ ହେବା ଆବଶ୍ୟକ ।

ଚୟନ କିପରି କରାଯିବ?

ଏହି ପୋଷ୍ଟଗୁଡିକରେ ଚୟନ ପାଇଁ, ପ୍ରାର୍ଥୀମାନଙ୍କୁ କୌଣସି ପ୍ରକାରର ପରୀକ୍ଷା ଦେବାକୁ ପଡିବ ନାହିଁ, ବରଂ ସେମାନେ ଯୋଗ୍ୟତା ଆଧାରରେ ମନୋନୀତ ହେବେ । ସେମାନେ ଦାଖଲ କରିଥିବା ଡକ୍ୟୁମେଣ୍ଟଗୁଡିକ ଆଧାରରେ ମେରିଟ୍ କରାଯିବ ଏବଂ ଏହା ପରେ ସେମାନଙ୍କୁ ସ୍ଥାନୀୟ ଭାଷା ପରୀକ୍ଷା ପାଇଁ ହାଜର ହେବାକୁ ପଡିବ ଏବଂ ଡକ୍ୟୁମେଣ୍ଟ୍ ଯାଞ୍ଚ ପ୍ରକ୍ରିୟା ଦେଇ ଯିବାକୁ ପଡିବ ।

ଆବେଦନ ଶୁଳ୍କ କେତେ?

କାନାରା ବ୍ୟାଙ୍କର ଆପ୍ରେଣ୍ଟିସ୍ ପୋଷ୍ଟ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ₹ ୫୦୦ ଫି ଦେବାକୁ ପଡିବ । ଏସସି, ଏସଟି, ପିଏଚ ବର୍ଗର ପ୍ରାର୍ଥୀଙ୍କୁ ଦେୟ ଦେବାକୁ ପଡିବ ନାହିଁ । ଆବେଦନ ଶୁଳ୍କର ଦେୟ କେବଳ ଅନଲାଇନରେ କରାଯାଇପାରିବ । ଅନ୍ୟ କୌଣସି ଉପାୟ ଦ୍ୱାରା ଦିଆଯାଇଥିବା ଦେୟ ଗ୍ରହଣ କରାଯିବ ନାହିଁ ।

Get real time updates directly on you device, subscribe now.