fbpx

ପିଲାଙ୍କ ମୋବାଇଲ ଆଡିକ୍ସନକୁ ନେଇ ଚିନ୍ତାରେ, ବ୍ୟସ୍ତ ହୁଅନ୍ତୁନି, ଏହି ଉପାୟ ଆପଣାନ୍ତୁ

ଓଡିଶା ଭାସ୍କର: ସାମ୍ପ୍ରତି ମୋବାଇଲ ବିନା ଜୀବନ ଜୀଇଁବା ଯେମିତି ଅସମ୍ଭବ ହୋଇପଡିଛି । ତେବେ ମୋବାଇଲ ଉପରେ ବଡମାନେ ଯେତିକି ନିର୍ଭରଶୀଳ ହୋଇଛନ୍ତି, ତାଠାରୁ ବହୁଗୁଣ ଅଧିକ ମୋବାଇଲ ନିଶାରେ ପଢିଛନ୍ତି ଛୋଟ ଛୋଟ ପିଲା । ଏମିତି କି ୨-୪ ବର୍ଷର ପିଲାଙ୍କ ହାତରେ ଦେଖିବାକୁ ମିଳୁଛି ମୋବାଇଲ । ଯାହା ସେମାନଙ୍କୁ ବାହାର ଜୀବନଠାରୁ ଅଲଗା କରି ଦେଉଛି ଓ ଏହାର କୁ ପରିଣାମ ସେମାନଙ୍କ ମସ୍ତିସ୍କ ଉପରେ ପଡୁଛି । ଅଭିଭାବକ ନିଜ ପିଲାଙ୍କ ମୋବାଇଲ ନିଶା ଛଡାଇବାକୁ ଯେତେ ଯାହା କଲେ ମଧ୍ୟ କିଛି ସୁଫଳ ମୁଳୁନାହିଁ । ଲୋକଙ୍କ ଏମିତି ସମସ୍ୟାକୁ ନେଇ ଯଶୋଦା ସୁପର ସ୍ପେଶାଲିଟି ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା ଦୀପିକା ରସ୍ତୋଗୀ କିଛି ଉପାୟ ବାହାର କରିଛନ୍ତି, ଯାହାକୁ ଆପଣେଇ ପିଲାଙ୍କ ମୋବାଇଲ ଆଡିକ୍ସନ ଏଡାଇ ଦିଆଯାଇପାରିବ ।

ପିଲାଙ୍କ ମୋବାଇଲ ଆଡିକ୍ସନ କମ କରିବାକୁ ହେଲେ ସେମାନଙ୍କ ରୁଟିନରେ ପରିବର୍ତ୍ତନ ଆଣିବା ଦରକାର । ସେମାନଙ୍କ ସ୍କ୍ରିନ ଟାଇମ(ଟିଭି, ମୋବାଇଲ, ଲାପଟପ, ଟ୍ୟାବ ସହ ସମୟ)କୁ ସୀମିତ କରନ୍ତୁ । ସେମାନଙ୍କୁ ଏକ ସୀମିତ ସମୟ ପାଇଁ ମୋବାଇଲ ବା ଟିଭି ଦେଖିବାକୁ ଦିଅନ୍ତୁ । ପ୍ରାରମ୍ଭିକ ଅବସ୍ଥାରେ ଏପରି କରିବାରେ ଟିକେ ଅସୁବିଧା ହେବ, କିନ୍ତୁ ନିଜ ବ୍ୟବହାରରେ ସାମାନ୍ୟ କଠିନତା ଆଣି ଏହି ଅଭ୍ୟାସରୁ ପିଲାଙ୍କୁ ଦୂରେଇ ହେବ ।
ମୋବାଇଲ ଫୋନଠାରୁ ପିଲାଙ୍କୁ ଦୂରେଇ ରଖିବାକୁ ପିଲାଙ୍କୁ ଖେଳକୁଦ, ବହି ପଢିବା ପରି ଅଭ୍ୟାସରେ ପକାନ୍ତୁ । ପାର୍କ ବା ଜନଗହଳିପୂର୍ଣ୍ଣ ସ୍ଥାନକୁ ବୁଲେଇ ନିଅନ୍ତୁ । ପିଲାଙ୍କୁ ଅନ୍ୟ ପିଲାଙ୍କ ସହ ମିଶିବାର ସୁଯୋଗ ସୃଷ୍ଟି କରନ୍ତୁ । ଏହା ବ୍ୟତୀତ ନାଚ, ଗୀତ, ପେଣ୍ଟିଂ ବା ଅନ୍ୟ ଇଣ୍ଟେରେଷ୍ଟିଂ ଆକ୍ଟିଭିଟିରେ ସେମାନଙ୍କୁ ସଂଶ୍ଲିଷ୍ଟ କରାଇବାକୁ ଚେଷ୍ଟା କରନ୍ତୁ ।

ପିଲାଙ୍କ ସହ ଅଭିଭାବକ ଅଧିକରୁ ଅଧିକ ସମୟ ଅତିବାହିତ କରିବା ଜରୁରୀ । ଯେତେବେଳେ ପିଲାଙ୍କ ସହ ରହିବେ ଯଥାସମ୍ଭବ ନିଜ ଫୋନକୁ ଦୂରେଇ ରଖନ୍ତୁ । ପିଲାଙ୍କ ସହ କଥା ହେବା, ସେମାନଙ୍କ ଖେଳିବା, ଗପ କହିବା ପରି ଅଭ୍ୟାସ ଆଣନ୍ତୁ । ଦେଖିବେ ପିଲା ସେମାନଙ୍କ ନିଶା ଛାଡିଦେବେ ।

ପିଲା ଟିକେ ବଡ ହେବା ସହ ସେମାନେ କଥା ବୁଝିବା ବୟସକୁ ଆସିବା ପରେ ସେମାନଙ୍କୁ ଛୋଟମୋଟ ବୋଲ ବତେଇ କାମରେ ନିୟୋଜିତ କରିବା ମଧ୍ୟ ଏକ ଉପଯୋଗୀ ଉପାୟ ମୋବାଇଲଠାରୁ ଦୂରେଇ ରଖିବା ପାଇଁ ।

Get real time updates directly on you device, subscribe now.