fbpx

ଟେଲିକମ କମ୍ପାନୀଙ୍କ କ୍ୟୁରେଟିଭ ପିଟିଶନ ସୁପ୍ରିମ କୋର୍ଟରେ ଖାରଜ ପରେ…

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ସବୁଙ୍କୁ ସୁପ୍ରିମ କୋର୍ଟରୁ ଝଟକା । ବେଶି ଝଟକା ଲାଗିଛି ଭୋଡାଫୋନଙ୍କୁ । କାରଣ ଏଜିଆର ବାକିକୁ ନେଇ ଟେଲିକମ କମ୍ପାନୀକୁ କ୍ୟୁରେଟିଭ ପିଟିଶନକୁ ଖାରଜ କରିଦେଇଛନ୍ତି । ଏଥିସହ କୋର୍ଟ ସମସ୍ତ ରାଜସ୍ୱର ପୁନଃ ଗଣନାର ଆବେଦନକୁ ଖାରଜ କରିଦେଇଛନ୍ତି । ଫଳରେ ଭୋଡା ଫୋନକୁ ଏକ ଶକ୍ତ ଝଟକା ଲାଗିଛି । ବାକି ଥିବା ଏଜିଆର ଏବେ କମ୍ପାନୀକୁ ପଇଠ କରିବାକୁ ହେବ ।

୨୦୧୯ରେ ସୁପ୍ରିମ କୋର୍ଟ ସରକାର ଓ ଟେଲିକମ କମ୍ପାନୀ ମଧ୍ୟରେ ଚାଲିଥିବା ୧୪ ବର୍ଷର ଲଢେଇରେ ପୂର୍ଣ୍ଣଛେଦ ଆଣିଥିଲେ । ଏହି ନିଷ୍ପତ୍ତି ବିରୋଧରେ ଭୋଡାଫୋନ ଇଣ୍ଡିଆ, ଏୟାରଟେଲ ଓ ଅନ୍ୟ ଟେଲିକମ କମ୍ପାନୀ ଏହି ରାୟ ଉପରେ କ୍ୟୁରେଟିଭ ପିଟିସନ ଦାଖଲ କରିଥିଲେ, ଯାହାକୁ କୋର୍ଟ ଖାରଜ କରିଦେଇଛନ୍ତି । ପିଟିଶନରେ କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଥିଲା କି, ଦୂରସଂଚାର ବିଭାଗ ଦ୍ୱାରା ବାକି ଏଜିଆର ଗଣନାରେ ତ୍ରୁଟି ମିଳିଛି । ଏଥିସହ ଦୂରସଂଚାର ବିରୋଧରେ ମନମୁଖୀ ଅଭିଯୋଗ କରାଯାଇଥିଲା ।

ତେବେ କଣ ଏହି ଏଜିଆର?

ଏଜିଆର ଅର୍ଥ ଆଡଜଷ୍ଟେଡ ଗ୍ରସ ରିଭିନ୍ୟୁ । ଦୂରସଂଚାର ବିଭାଗ କମ୍ପାନୀଗୁଡିକଠାରୁ ବ୍ୟବହାର ଓ ଲାଇସେନ୍ସ ଫିସ ଆଦାୟ କରିଥାଏ । ୧୯୯୯ ପୂର୍ବରୁ ଟେଲିକମ କମ୍ପାନୀ ଠାରୁ ଏକ ନିର୍ଦ୍ଧାରିତ ଫିସ ନିଆଯାଉଥିଲା । ୧୯୯୯ରେ ରେଭିନ୍ୟୁ ମଡେଲ ଅଣାଯିବା ପରେ ସରକାରକୁ କମ୍ପାନୀଗୁଡିକୁ ଏଜିଆର ପର୍ସେଣ୍ଟେଜ ସେୟାର କରିବାକୁ ହେଉଥିଲା । ତେବେ ଭୋଡା ଫୋନ ସମେତ କିଛି କମ୍ପାନୀ ଉପରେ ବକେୟା ରହିଥିଲା ।

ସୁପ୍ରିମ କୋର୍ଟ କମ୍ପାନୀ ସପକ୍ଷରେ ଯଦି ଫୈସଲା ଶୁଣାଇଥାନ୍ତେ ତେବେ ଭୋଡାଫୋନର ବାକି ଥିବା ୪୬ପ୍ରତିଶତ ଏଜିଆର ଦେବାକୁ ହୋଇନଥାନ୍ତା । ସେତେବେଳେ ଏହି ୪୬ ପ୍ରତିଶତ ୫୮ ହଜାର କୋଟି ଥିଲା । ଏବେ ଜରିମାନା- ସୁଧ ସହ ଏହି ସଂଖ୍ୟା ବହୁତ ଅଧିକ ହୋଇଯାଇଥିବ ।

Get real time updates directly on you device, subscribe now.