fbpx

ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ହେବ ପୂର୍ଣ୍ଣ, ମିଳିପାରେ ନୂଆ ପ୍ରୋଜେକ୍ଟ, ଜାଣନ୍ତୁ କେଉଁ ରାଶି ପାଇଁ ଆଜିର ଦିନ ଶୁଭ

ଓଡ଼ିଶା ଭାସ୍କର: ଆଜି ସେପ୍ଟେମ୍ବର ୨୦(ଶୁକ୍ରବାର) । ଶୁକ୍ରବାର ମାତା ଲକ୍ଷ୍ମୀଙ୍କୁ ସମର୍ପିତ । ଆଜି ଏହି ରାଶିଙ୍କ ଉପରେ ମାତା ଲକ୍ଷ୍ମୀଙ୍କ କୃପାଦୃଷ୍ଟି ରହିବ ।

୧. ମେଷ ରାଶି: ଆଜି ବ୍ୟାପାରରେ ଲାଭ ମିଳିପାରେ । କଳାକାର ଛାତ୍ରଛାତ୍ରୀ ଏବଂ କ୍ରୀଡ଼ା ବ୍ୟକ୍ତି ବିଶେଷ କ୍ୟାରିୟର ଉପରେ ଫୋକସ୍ କରିବେ । ଜୀବନସାଥି ସହ କିଛି ସମୟ ବିତାଇପାରନ୍ତି । ବିଶେଷ ବ୍ୟକ୍ତିକୁ ମନ କଥା କହିପାରନ୍ତି । ଜୀବନର ନୂତନ ପର୍ଯ୍ୟାୟ ଆରମ୍ଭ ହୋଇପାରେ ।

୨. ମିଥୁନ ରାଶି: ଏହି ରାଶିର ବ୍ୟକ୍ତି ବିଶେଷ କର୍ତ୍ତବ୍ୟନିଷ୍ଠା ରହିବେ । ପରିଶ୍ରମର ଫଳ ପ୍ରାପ୍ତି ହେବ । ବ୍ୟବସାୟରେ ଉନ୍ନତି ଦେଖାଯିବ । ପ୍ରଶଂସାର ପାତ୍ର ହେବେ ।

୩. କର୍କଟ ରାଶି: ପିତାଙ୍କ ଆଦର୍ଶର ଅନୁସରଣ କରିବେ । ବ୍ୟବସାୟରେ ଅଟକିଥିବା କାର୍ଯ୍ୟ ପୂର୍ଣ୍ଣ ହେବା ସହ ନୂତନ ପ୍ରୋଜେକ୍ଟ ମିଳିବାର ସମ୍ଭାବନା ରହିଛି ।

୪. ସିଂହ ରାଶି: ସିଂହ ରାଶିଙ୍କ ପାଇଁ ଆଜିର ଦିନ ଶୁଭ ରହିବ । ବୁଦ୍ଧି ଏବଂ ଚତୁରତା ସହ କାର୍ଯ୍ୟ ସମ୍ପାଦନା କରିବେ । ଅନଲାଇନ୍ ବ୍ୟବସାୟ ଏବଂ ପାର୍ଟନରସିପରେ ଲାଭ ମିଳିବ ।

୫. ତୁଳା ରାଶି: ବ୍ୟବସାୟରେ ନୂତନ ପ୍ରୋଜେକ୍ଟରୁ ଲାଭ ମିଳିପାରେ । ଆଜି ଆପଣଙ୍କୁ କ୍ୟାରିୟର ଏବଂ ବ୍ୟାପାର ସହ ଜଡ଼ିତ ଶୁଭ ଖବର ମିଳିପାରେ । ସମସ୍ତ ପରିସ୍ଥିତିରେ ନିଜକୁ ସନ୍ତୁଳିତ ରଖିବା ପାଇଁ ଚେଷ୍ଟା କରନ୍ତୁ ଦିନଟି ଆପଣଙ୍କ ସପକ୍ଷରେ ରହିବ ।

୬. ବିଛା ରାଶି: ଶତ୍ରୁଙ୍କ ଉପରେ ବିଜୟ ଲାଭ କରିବେ । ବ୍ୟବସାୟରେ ବୃଦ୍ଧି ହେବ । ଚାକିରିରେ ଆତ୍ମବିଶ୍ୱାସ ବଢ଼ିବ । ଫଳରେ ଆପଣଙ୍କ ବ୍ୟକ୍ତିତ୍ୱରେ ଚମକ ଦେଖାଯିବ ।

୭. ଧନୁ ରାଶି: ବିଦ୍ୟାର୍ଥୀ ପାଠପଢ଼ାରେ ମନ ନିବେଶ କରିବେ । ବ୍ୟପାରରେ କୌଣସି ନୂଆ ଡିଲ୍ ମିଳିବାର ସମ୍ଭାବନା ରହିଛି । ପରିବାର ସହ ଜଡ଼ିତ ନୂତନ ଯୋଜନା କରିପାରନ୍ତି । ଜବ୍ ଲାଇଫରେ ଟାର୍ଗେଟ ପୁରା ହେବ ।

Get real time updates directly on you device, subscribe now.