fbpx

ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଲଢ଼ିବ ଚିରାଗ ପାସୱାନଙ୍କ ଦଳ, ଏବେ ଠାରୁ ପ୍ରସ୍ତୁତି ଆରମ୍ଭ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ୩ ବର୍ଷ ସମୟ ଅଛି । କିନ୍ତୁ ଏବେ ଠାରୁ ବିଭିନ୍ନ ରାଜନୈତିକ ଦଳ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ବର୍ତ୍ତମାନ ଉତ୍ତରପ୍ରଦେଶ ରାଜନୀତିରେ ନୂତନ ଦଳର ଏଣ୍ଟ୍ରି ହୋଇଛି । କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନଙ୍କ ଦଳ ଲୋକ ଜନଶକ୍ତି ପାର୍ଟି- ରାମ ବିଲାସ LJP (RV) ଆସନ୍ତା ୨୦୨୭ରେ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଲଢ଼ିବାକୁ ଘୋଷଣା କରିଛି । ଏହି ପରିପ୍ରେକ୍ଷୀରେ ଗୁରୁବାର LJP (RV)ର ରାଜ୍ୟ ସହ ପ୍ରଭାରୀ ଏବଂ ସାଂସଦ ସାମ୍ଭଭୀ ଚୌଧୁରୀ ଦଳର ଯୋଜନା ସମ୍ପର୍କରେ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ଦଳ ଆଗାମୀ ୨୦୨୭ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଚୂଡ଼ାନ୍ତ କରିବା ପାଇଁ ପ୍ରସ୍ତୁତି ଚଳାଇଛି ବୋଲି ସାଂସଦ ସାମ୍ଭଭୀ ଚୌଧୁରୀ କହିଥିଲେ । ସେ ଆହୁରି ମଧ୍ୟ କହିଛନ୍ତି କି ପାର୍ଟି ନେତା ଚିରାଗ ପାସୱାନ ବିହାର ପରି ଉତ୍ତରପ୍ରଦେଶରେ ମଧ୍ୟ ରାନୈତିକ ଭୂମିକା ତୁଲାଇବାକୁ ଚାହୁଁଛନ୍ତି । ଚିରାଗ କହିଛନ୍ତି କି ତାଙ୍କ ଲକ୍ଷ୍ୟ ହେଉଛି ରାଜ୍ୟରେ ପାର୍ଟିକୁ ଏକ ନୂତନ ପରିଚୟ ଦେବା । ଆମେ କୌଣସି ପାର୍ଟିକୁ ନ ଭାଙ୍ଗି ଲୋକଙ୍କ ସହ ଜଡ଼ିତ ହେବାକୁ ଚାହୁଁଛୁ । ଅପରପକ୍ଷରେ ରାଜ୍ୟରେ ଏହି ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଏକ ଶକ୍ତିଶାଳୀ ଭିତ୍ତିଭୂମି ପ୍ରସ୍ତୁତ କରିବ ଏବଂ ରାଜ୍ୟରେ ଏହାର ଉପସ୍ଥିତି ବଜାୟ ରଖିବ । ଚିରାଗଙ୍କ କହିବାନୁଯାୟୀ ରାଜ୍ୟରେ ଯୁବବର୍ଗଙ୍କୁ ଯୋଡ଼ିବା ପାଇଁ ଏକ ସଦସ୍ୟତା ଅଭିଯାନ ମଧ୍ୟ ଚଳାଇବେ ।

Get real time updates directly on you device, subscribe now.