fbpx

+୨ ପାଠ୍ୟକ୍ରମକୁ ଉଭୟ ଇଣ୍ଟରନାଲ ଓ ବାର୍ଷିକ ପରୀକ୍ଷା ପାଇଁ କରାଯିବ ବିଭାଜନ, ଛାତ୍ରଛାତ୍ରୀଙ୍କ ମାନସିକ ଚାପ ହ୍ରାସ…

ଭୁବନେଶ୍ୱର : +୨ ପାଠ୍ୟକ୍ରମକୁ ଉଭୟ ଇଣ୍ଟରନାଲ ଓ ବାର୍ଷିକ ପରୀକ୍ଷା ପାଇଁ ବିଭାଜନ କରାଯିବ । ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷାରେ ଏହି ବ୍ୟବସ୍ଥା ଲାଗୁ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ସରକାରୀ, ବେସରକାରୀ, ଅନୁଦାନପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷକଙ୍କୁ ପତ୍ର ଲେଖାଯାଇଛି ।

ପତ୍ର ଅନୁସାରେ ପରୀକ୍ଷାରେ ପାଠ୍ୟକ୍ରମ ଠିକ୍‍ ସମୟରେ ଶେଷ କରିବା ତଥା ନିୟମିତ ଭାବରେ ଛାତ୍ରଛାତ୍ରୀମାନେ ଅଭ୍ୟାସ କରିବା ନେଇ ଗୁରୁତ୍ୱ ଦିଆଯିବ । ଛାତ୍ରଛାତ୍ରୀଙ୍କ ମାନସିକ ଚାପ ହ୍ରାସ କରିବା ତଥା ଉତ୍ତମ ଫଳାଫଳ ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

Get real time updates directly on you device, subscribe now.