fbpx

(Video): ସାବଧାନ ! ରାସ୍ତାରେ ଉତ୍ପାତ ହେଉଛନ୍ତି ଷଣ୍ଢ, ଆଖି ପିିଛୁଳାକେ ହୋଇପାରେ ଦୁର୍ଘଟଣା

ଓଡ଼ିଶା ଭାସ୍କର: ଅଧିକାଂଶ ବ୍ୟକ୍ତି ଆଜିକାଲି ସୋସିଆଲ ମିଡିଆରେ ଅକ୍ଟିଭ୍ ରହୁଛନ୍ତି । ଦୌନନ୍ଦିନ ଖବର ସହ ନିଜକୁ ଅପଡେଟ୍ ରଖିବାର ଏକ ମାଧ୍ୟମ ସାଜିଛି ସୋସିଆଲ ମିଡିଆ । ଏହା ଏପରି ଏକ ପ୍ଲାଟଫର୍ମ ଯେଉଁଠି ପ୍ରତିଦିନ କିଛି ନି କିଛି ଭିଡିଓ ଭାଇରାଲ ହୋଇଥାଏ । ଆଜିକାଲି ରୀଲ୍ସ, ଡାନ୍ସ, ଷ୍ଟଣ୍ଟ ଇତ୍ୟାଦି କରି ଅନେକ ବ୍ୟକ୍ତିଙ୍କୁ ଭାଇରାଲ ହେବାର ନିଶା ଘାରିଛି । ନିକଟରେ କିନ୍ତୁ ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ଆପଣ ଚକିତ ହୋଇଯିବେ ।

କଥାରେ ଅଛି ‘ରଖେ ହରି ମାରେ କିଏ’ ? ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । @MojClips ଦ୍ୱାରା ପୋଷ୍ଟ କରାଯାଇଥିବା ଭିଡିଓରେ ଦର୍ଶାଯାଇଛି କିପରି ରାସ୍ତାରେ ଏକ ଷଣ୍ଢ ଆରାମରେ ଚାଲି ଚାଲି ଯାଉଛି । କିଛି ସମୟ ପରେ ହଠାତ ପଛପଟୁ ଏକ ଅନ୍ୟ ଏକ ଷଣ୍ଢ ଆସି ଆକ୍ରମଣ କରିବା ଉଦ୍ଦେଶ୍ୟରେ ଜୋରରେ ଦୌଡ଼ି ଆସୁଛି । ଏତିକି ବେଳେ ବିପରିତ ଦିଗରୁ ଆସୁଥିବା ଏକ ସ୍କୁଟି ସାମ୍ନାକୁ ଚାଲି ଆସିଥିଲା । ଷଣ୍ଢଟି ଭୟରେ ସ୍କୁଟି ଉପରୁ ଡଆଁ ମାରିଥିଲା । ଏହା ପରେ ସ୍କୁଟି ଚାଳକ ଜଣଙ୍କ ତଳେ ପଡ଼ିଯାଇଥିଲେ । ଏହାର କିଛି ସମୟ ପରେ ସ୍ଥାନୀୟ ଲୋକମାନେ ଆସି ସ୍କୁଟି ଚାଳକ ଜଣଙ୍କୁ ଉଦ୍ଧାର କରିଥିଲେ । ସ୍କୁଟି ଚାଳକଙ୍କ ଜୀବନ ରକ୍ଷା ପାଇଥିବାରୁ ତାଙ୍କୁ ଆଶ୍ୱସ୍ତି ମିଳିଥିଲା । ତେବେ ରାସ୍ତାରେ ଯିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ । ଉତ୍ପାତ କରୁଥିବା ଷଣ୍ଢଙ୍କ ପ୍ରତି ସାବଧାନ ରୁହନ୍ତୁ ।

 

Get real time updates directly on you device, subscribe now.