fbpx

ପୋଖରାନରେ ଚାଲିଥିଲା ଟ୍ରେନିଙ୍ଗ, ହଠାତ୍ ଫାଟିଲା ୫୧ ମିମି ମୋର୍ଟାର: ୩ ଯବାନ୍…

ନୂଆଦିଲ୍ଲୀ: ପୋଖରାନ୍ ଫିଲ୍ଡ ଫାୟାରିଙ୍ଗ ରେଞ୍ଜରେ ଘଟିଯାଇଛି ଏକ ବଡ଼ ଅଘଟଣ । ବିଏସଏଫ ଯବାନ ଏଠାରେ ଟ୍ରେନିଙ୍ଗ କରୁଥିବା ବେଳେ ଅଚାନକ ଏକ ବିସ୍ଫୋରଣ ହୋଇଛି । ଫାୟାରିଙ୍ଗ ଏକ୍ସରସାଇଜ ସମୟରେ ବିସ୍ଫୋରଣ ହୋଇଛି ଟ୍ରେନିଙ୍ଗରେ ବ୍ୟବହାର ହେଉଥିବା ୫୧ ମିଲିମିଟ ମୋର୍ଟାର ବୋମା । ଫଳରେ ଘଟଣାସ୍ଥଳରେ ୩ ଜଣ ଟ୍ରେନି ଯବାନ ଆହତ ହୋଇଛନ୍ତି । ଏ ନେଇ ବର୍ତ୍ତମାନ ସୁଦ୍ଧା ଅତ୍ୟଧିକ ସୂଚନା ମିଳି ପାରିନାହିଁ ।

ସୂଚନା ଅନୁସାରେ, ରାଜସ୍ଥାନର ଜାସଲମେର ସ୍ଥିତ ପୋଖରାନ ଫିଲ୍ଡ ଫୟାରିଙ୍ଗ ରେଞ୍ଜରେ ଏଭଳି ଏକ ଘଟଣା ଘଟିଯାଇଛି । ବିଏସଏଫ ଯବାନ ଏଠାରେ ନିଜର ଟ୍ରେନିଙ୍ଗ କାର୍ଯ୍ୟ ଜାରି ରଖିଥିବା ବେଳେ ବିସ୍ଫୋରଣ ହୋଇଥିବା ଜାଣିବାକୁ ମିଳିଛି । ଫାୟାରିଙ୍ଗରେ ବ୍ୟବହାର ହେଉଥିବା ମୋର୍ଟାର ବୋମା ସହ ଟ୍ରେନିଙ୍ଗ ଜାରି ରହିଥିବା ବେଳେ ଅଚାନକ ଏହା ବିସ୍ଫୋରଣ ହୋଇଥିଲା । ଫଳରେ ୩ ଜଣ ଟ୍ରେନି ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ଚିକିସବା କରାଯାଉଥିବା ବେଳେ ବର୍ତ୍ତମାନ ସେମାନେ ବିପଦମୁକ୍ତ ରହିଛନ୍ତି ।

ଏହାପୂର୍ବରୁ ୨୦୧୬ ଏବଂ ୨୦୧୭ ମସିହାରେ ମଧ୍ୟ ରାଜସ୍ଥାନର କିଶାନଗଡ଼ ଫିଲ୍ଡ ଫାୟାରିଙ୍ଗ ରେଞ୍ଜରେ ମୋର୍ଟାର ବିସ୍ଫୋରଣ ହୋଇଥିଲା । ସେତେବେଳେ ମଧ୍ୟ କିଛି ଯବାନ ଆହତ ହୋଇଥିଲେ । ୨୦୧୭ ମସିହାରେ ୨ ଥର ବିସ୍ଫୋର ହୋଇଥିବା ବେଳେ ୯ ଜଣ ଯବାନ ଏଥିରେ ଆହତ ହୋଇଥିଲେ । ସେହିପରି ୨୦୧୬ ମସିହାରେ ୩ ଥର ଏଭଳି ବିସ୍ଫୋରଣ ଘଟି ଯାଇଥିଲା । ୨୦୧୨ ମସିହାରେ ମଧ୍ୟ ମୋର୍ଟାର ଫାଟିବାରୁ ଭାରତୀୟ ସେନାର ୪ ଜଣ ଯବାନ ଆହତ ହୋଇଥିଲେ ।

Get real time updates directly on you device, subscribe now.