fbpx

ଆମେରିକାରେ ରୋଜଗାରକୁ ଦ୍ୱିଗୁଣିତ କରିବ OYO, ୫୨୫ ମିଲିୟନ ଡଲାରରେ କିଣୁଛି ଏହି ହୋଟେଲ କମ୍ପାନୀ

ନୂଆଦିଲ୍ଲୀ: ଭାରତୀୟ ଷ୍ଟାର୍ଟଅପ କମ୍ପନୀ OYO ଦେଶ ବାହାରେ ନିଜ ବ୍ୟବସାୟ ବିସ୍ତାର କରୁଛି। ଏହା ଦ୍ୱାରା କମ୍ପାନୀ ଆମେରିକାରେ ଏକ ବଡ଼ ଡିଲ କରିବାକୁ ଯାଉଛି। ଏହି ଡିଲ୍ ସଂପୂର୍ଣ୍ଣ ଭାବେ କ୍ୟାଶରେ ହେବାକୁ ଯାଉଛି। ନ୍ୟୁଜ ଏଜେନ୍ସି ପିଟିଆଇର ଏକ ରିପୋର୍ଟ ମୁତାବକ, ଓୟୋର ପ୍ୟାରେଣ୍ଟ କମ୍ପାନୀ ଓରାବେଲ ଷ୍ଟେଜ ଏହି ପ୍ରସ୍ତାବିତ ଡିଲର ସୂଚନା ଶନିବାର ଦିନ ଦେଇଛି। ସେ କହିଛି ଯେ, ସେ ଆମେରିକା କମ୍ପାନୀ ଜି୬ ହସ୍ପିଟାଲିଟୀକୁ କିଣିବା ପାଇଁ ପ୍ରସ୍ତୁତ ହେଉଛି। ଜି୬ ହସ୍ପିଟାଲିଟୀ ଆମେରିକାରେ ମୋଟଲ୬ ଏବଂ ଷ୍ଟୁଡିଓ୬ ବ୍ରାଣ୍ଡ ନାମରେ ବିଜନେସ କରିଥାଏ। ମୋଟଲ୬ ଏବଂ ଷ୍ଟୁଡିଓ୬କୁ ଆମେରିକାର ଆଇକୋନିକ ବଜେଟ ହୋଟେଲ ବ୍ରାଣ୍ଡରେ ଗଣାଯାଇଥାଏ।

ଓୟୋ ଦୁଇଟି ହୋଟେଲ ବ୍ରାଣ୍ଡକୁ ବ୍ଲାକଷ୍ଟୋନ ରିୟଲ ଇଷ୍ଟେଟରୁ କିଣୁଛି। କମ୍ପନୀ ଦ୍ୱାରା ପ୍ରଦାନ କରାଯାଇଥିବା ସୂଚନା ମୁତାବକ, ଏହି ଡିଲ ୫୨୫ ମିଲିୟନ ଡଲାର ନଗଦ ରାଶି ଆକାରରେ ହେବ। ଏହି ଡିଲ ଚଳିତ ବର୍ଷର ଶେଷ ତ୍ରୟମାସିକରେ ପୂରଣ ହେବାର ଆଶା ରହିଛି। ଓୟୋର କହିବାନୁଯାୟୀ, ନିୟାମକ ଅନୁମୋଦନ ପରେ ଡିଲକୁ ଅକ୍ଟୋବରରୁ ଡିସେମ୍ବର ୨୦୨୪ ମଧ୍ୟରେ ପୂରଣ କରାଯିବ।

ହସ୍ପିଟାଲିଟୀ ଷ୍ଟାର୍ଟଅପ ଓୟୋ ଅନୁଯାୟୀ, ଜି୬ ହସ୍ପିଟାଲିଟୀକୁ କିଣିବାରେ ନିଜର ପରିସର ବିସ୍ତାର କରିବାକୁ ସହାୟତା ମିଳିବାକୁ ଯାଉଛି। ମୋଟଲ୬ ବ୍ରାଣ୍ଡର ପ୍ରାଞ୍ଚାଇଜ ନେଟୱର୍କରୁ ମୋଟା ଅଙ୍କରେ ରୋଜଗାର କରୁଛି ଜି୬ ହସ୍ପିଟାଲିଟୀ। ଏହି ନେଟୱର୍କ କମ୍ପାନୀ ୧.୭ ବିଲିୟନ ଡଲାରର ଗ୍ରାସ ରୁମ ରଭେନ୍ୟୁ ଅର୍ଜନ କରିଛି। ଏହି ବ୍ରାଣ୍ଡରେ ଜି୬ ହସ୍ପିଟାଲିଟୀ ପାଇଁ ମଜବୁତ ଫି ବେସ ପ୍ରସ୍ତୁତ ହୋଇଛି।

Get real time updates directly on you device, subscribe now.