fbpx

ଏୟାର ମାର୍ଶାଲ ଅମରପ୍ରୀତ ସିଂହ କିଏ! ଯିଏ ହେବେ ପରବର୍ତ୍ତୀ ବାୟୁସେନାର ମୁଖ୍ୟ

ନୂଆଦିଲ୍ଲୀ: ଏୟାର ମାର୍ଶାଲ ଅମରପ୍ରୀତ ସିଂହଙ୍କୁ ବାୟୁସେନାର ପରବର୍ତ୍ତୀ ମୁଖ୍ୟ ଭାବେ ନିଯୁକ୍ତ କରାଯାଇଛି। ଏୟାର ମାର୍ଶାଲ ଅମରପ୍ରୀତ ସିଂହ ବର୍ତ୍ତମାନ ବାୟୁସେନାର ଉପ-ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସେ ୩୦ ସେପ୍ଟେମ୍ବର ୨୦୨୪ର ଦ୍ୱିପ୍ରହରରେ ଆଗାମୀ ବାୟୁସେନାର ମୁଖ୍ୟ ଭାବେ ନିଯୁକ୍ତ ହେବେ। ବର୍ତ୍ତମାନ ବାୟୁସେନାର ମୁଖ୍ୟ ଏୟାର ଚିଫ ମାର୍ଶାଲ ବିବେକ ରାମ ଚୌଧୁରୀ ୩୦ ସେପ୍ଟେମ୍ବର, ୨୦୨୪ରେ ଅବସର ଗ୍ରହଣ କରିବେ।

ଏୟାର ମାର୍ଶାଲ ଅମରପ୍ରୀତ ସିଂହଙ୍କ ଜନ୍ମ ୨୭ ଅକ୍ଟୋବର ୧୯୬୪ ମସିହାରେ ହୋଇଥିଲା। ଏହି ବଡ଼ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ଏୟାର ମାର୍ଶାଲ ଅମରପ୍ରୀତ ସିଂହ ୧ ଫେବୃଆରୀ ୨୦୨୩ରେ ଭାରତୀୟ ବାୟୁସେନାର ୪୭ତମ ଉପ ମୁଖ୍ୟର ପଦବୀ ସମ୍ଭାଳିଥିଲେ। ଗତ କିଛି ଦିନରୁ ଅନୁମାନ କରାଯାଉଥିଲା ଯେ, ନୂଆ ବାୟୁ ସେନା ମୁଖ୍ୟ ପାଇଁ ଅମର ପ୍ରୀତ ସିଂହଙ୍କ ନାମ ଆସିପାରେ।

କେବେ ବାୟୁସେନାରେ ସାମିଲ ହୋଇଥିଲେ:
ଏୟାର ମାର୍ଶାଲ ଅମର ପ୍ରୀତ ସିଂହ ନିଜ ଚାକିରି କାଳ ମଧ୍ୟରେ ଅନେକ ବଡ଼ ଉପଲବ୍ଧି ଗ୍ରହଣ କରିଛନ୍ତି। ସେ ୨୧ ଡିସେମ୍ବର ୧୯୮୪ରେ ବାୟୁସେନା ଏକାଡେମୀ, ଡଣ୍ଡିଗାଲରୁ ଇଣ୍ଡିଆନ ଏୟାର ଫୋର୍ସର ଫାଇଟର ଷ୍ଟ୍ରିମରେ ନିୟୋଜିତ ହୋଇଥିଲେ। ସେ ୩୮ ବର୍ଷରେ ବାୟୁସେନାର ସେବା କରୁଥିଲେ। ଏୟାର ମାର୍ଶାଲ ଅମରପ୍ରୀତ ସିଂହ ନେସନାଲ ଡିଫେନ୍ସ ଏକାଡମେୀ ଖଡକବାସଲା ଏବଂ ଏୟାରଫୋର୍ସ ଏକାଡେମୀ ଡଣ୍ଡିଗାଲରେ ଟ୍ରେନିଂ ନେଇସାରିଛନ୍ତି। ସେ ଡିଫେନ୍ସ ସର୍ଭିସ ଷ୍ଟାଫ କଲେଜ ବୋଲିଙ୍ଗଟନର ମଧ୍ୟ ଛାତ୍ର ଥିଲେ। ସେ ନୂଆ ଦିଲ୍ଲୀର ନେସନାଲ ଡିଫେନ୍ସ କଲେଜରେ ମଧ୍ୟ ଟ୍ରେନିଂ ନେଇସାରିଛନ୍ତି।

୫୯ ବର୍ଷ ବୟସରେ ଉଡାଇଥିଲେ ତେଜସ:
ଇଣ୍ଡିଆନ ଏୟାର ଫୋର୍ସର ନୂଆ ମୁଖ୍ୟ ହେବାକୁ ଯାଉଥିବା ଏୟାର ମାର୍ଶାଲ ଅମରପ୍ରୀତ ସିଂହ ଇଣ୍ଡିଆନ ଫାଇଟର ଜେଟ ତେଜସକୁ ଉଡାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ନିଜ ବୟସ କାରଣରୁ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଯେତେବେଳେ ସେ ତେଜସ ବିମାନ ଉଡାଇଥିଲେ, ସେତେବେଳେ ନିଜ ସେବା ପାଇଁ ପରମ ବିଶିଷ୍ଟ ସେବା ପଦକ ଏବଂ ଅତି ବିଶିଷ୍ଟ ସେବା ପଦକରେ ସମ୍ମାନୀତ କରାଯାଇଛି।

Get real time updates directly on you device, subscribe now.