fbpx

ରେଳବାଇରେ ୩୪୪୫ କିରାଣୀ ପଦବୀରେ ନିଯୁକ୍ତି ପାଇଁ ଆରମ୍ଭ ହୋଇଛି ଆବେଦନ, ଏପରି କରନ୍ତୁ ଆପ୍ଲାଏ

ନୂଆଦିଲ୍ଲୀ: ଯଦି ଆପଣ ରେଳବାଇରେ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ରେଳବାଇରେ ୩ ହଜାରରୁ ଅଧିକ ପଦବୀ ପାଇଁ ନିଯୁକ୍ତି ବାହାରିଛି, ଯେଉଁଥି ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।

ରେଳବାଇ ନିଯୁକ୍ତି ବୋର୍ଡ ଆଜି ଆରଆରବି ଏନଟିପିସି ନିଯୁକ୍ତି ୨୦୨୪ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଯେକୌଣସି ପ୍ରାର୍ଥୀ ଯିଏ କମର୍ସିଆଲ୍ ସହ ଟିକେଟ୍ କ୍ଲର୍କ, ଜୁନିଅର କ୍ଲର୍କ ଏବଂ ଟ୍ରେନ୍ କ୍ଲର୍କ ଇତ୍ୟାଦି ପଦବୀରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ଆରଆରବିର ଅଫିସିଆଲ୍ ୱେବସାଇଟ rrbapply.gov.inରେ ଏହାର ସିଧାସଳଖ ଲିଙ୍କ୍ ପାଇପାରିବେ ।

ଏହି ନିଯୁକ୍ତି ଡ୍ରାଇଭ ଅଧୀନରେ ରେଳବାଇରେ ମୋଟ ୩,୪୪୫ ପଦବୀ ପୂରଣ ହେବ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୦ ଅକ୍ଟୋବର ୨୦୨୪ ଏବଂ ଆବେଦନ ଫି ୨୨ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ପ୍ରଦାନ କରାଯାଇପାରିବ ।

କେଉଁ ପଦବୀ ଖାଲି ଅଛି?

କମର୍ସିଆଲ ସହ ଟିକେଟ୍ କ୍ଲର୍କ- ୨୦୨୨ ପୋଷ୍ଟ ।
ଆକାଉଣ୍ଟ୍ କ୍ଲର୍କ କମ ଟାଇପିଷ୍ଟ – ୩୬୧ ପୋଷ୍ଟ ।
ଜୁନିଅର କ୍ଲର୍କ କମ ଟାଇପିଷ୍ଟ- ୯୯୦ ପୋଷ୍ଟ ।
ଟ୍ରେନ୍ କ୍ଲର୍କ- ୭୨ ପୋଷ୍ଟଗୁଡିକ ।

କିପରି ଆବେଦନ କରିବେ?

ସର୍ବପ୍ରଥମେ ଆରଆରବିର ଅଫିସିଆଲ୍ ୱେବସାଇଟ୍ rrbapply.gov.inକୁ ଯାଆନ୍ତୁ ।
ତା’ପରେ ହୋମପେଜରେ ଉପଲବ୍ଧ ଆରଆରବି ଏନଟିପିସି ୟୁଜି ନିଯୁକ୍ତି ୨୦୨୪ ଲିଙ୍କରେ କ୍ଲିକ୍ କରନ୍ତୁ ।
ଏହା ପରେ ଏକ ନୂଆ ପେଜ୍ ଖୋଲିବ, ଯେଉଁଠାରେ ପ୍ରାର୍ଥୀମାନଙ୍କୁ ଏକ ଆକାଉଣ୍ଟ ସୃଷ୍ଟି କରିବାକୁ ପଡିବ ।
ଥରେ ଏହା ହୋଇଗଲେ, ଲଗଇନ୍ କରନ୍ତୁ ।
ଆବେଦନ ଫର୍ମ ପୂରଣ କରନ୍ତୁ ଏବଂ ଆବେଦନ ଶୁଳ୍କ ଦିଅନ୍ତୁ ।
ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ଏବଂ ପେଜ୍ ଡାଉନଲୋଡ୍ କରନ୍ତୁ ।
ଭବିଷ୍ୟତର ଆବଶ୍ୟକତା ପାଇଁ ଏହାର ଏକ ହାର୍ଡ କପି ରଖନ୍ତୁ ।

ଆବେଦନ ଶୁଳ୍କ କ’ଣ?

ଆରଆରବି ଏନଟିପିସି ନିଯୁକ୍ତି ପାଇଁ ଆବେଦନ ଶୁଳ୍କ ଏସସି, ଏସଟି, ପୂର୍ବତନ ସୈନିକ, ମହିଳା, ପିଡବ୍ଲୁବିଡି, ଟ୍ରାନ୍ସଜେଣ୍ଡର, ସଂଖ୍ୟାଲଘୁ ଏବଂ ଅର୍ଥନୈତିକ ପଛୁଆ ଶ୍ରେଣୀ ଯଥା ଇବିସି ବର୍ଗ ପ୍ରାର୍ଥୀଙ୍କ ପାଇଁ ୨୫୦ ଟଙ୍କା ଥିବାବେଳେ ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ରହିଛି । ଯଦି ପ୍ରାର୍ଥୀମାନେ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି) ରେ ଉପସ୍ଥିତ ହୁଅନ୍ତି, ସେମାନେ ଆବେଦନ ଶୁଳ୍କର ଆଂଶିକ ଫେରସ୍ତ ପାଇପାରିବେ ।

Get real time updates directly on you device, subscribe now.