fbpx

(Video) ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ, ଅନ୍ୟ ୫ ମନ୍ତ୍ରୀ ବି ନେଲେ ଶପଥ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟୀର ନେତା ଆତିଶୀ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରି ଭାବେ ଶପଥ ପାଠ କରିଛନ୍ତି। ଏଥିସହ ଗୋପାଲ ରାୟ, ସୌରଭ ଭରଦ୍ୱାଜ, କୈଳାଶ ଗେହଲଟ, ଇମ୍ରାନ ହୁସୈନ ଏବଂ ପ୍ରଥମଥର ବିଧାୟକ ହୋଇଥିବା ଅହଲାବନ ମଧ୍ୟ ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଛନ୍ତି। ଶପଥ ଗ୍ରହଣ ସଭାରେ ପ୍ରଥମେ ଆପ ନେତାମାନେ ଦଳର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଥିଲେ।

ଦକ୍ଷିଣ ଦିଲ୍ଲୀର କାଲକାଜୀ ବିଧାନସଭା ଆସନରୁ ପ୍ରଥମ ଥର ବିଧାୟିକା ହୋଇଥିବା ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହେବେ। ଏହା ପୂର୍ବରୁ ବିଜେପିରୁ ସୁଷମା ଏବଂ କଂଗ୍ରେସରୁ ଶୀଲା ଦିକ୍ଷିତ ଦିଲ୍ଲୀର ଆସନ ସମ୍ଭାଳିଛନ୍ତି। ଆତିଶୀ ସରକାରଙ୍କ କାର୍ଯ୍ୟକାଳ ବହୁତ କମ ଦିନ ହେବ, କାରଣ ଦିଲ୍ଲୀର ଆସନ୍ତା ବର୍ଷ ପେବୃଆରୀରେ ବିଧାନସଭା ନିର୍ବାଚନ ହେବ।

ଅରବିନ୍ଦ କେଜ୍ରିୱାଲ୧୭ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଯାହାପରେ ଆତିଶୀଙ୍କୁ ବିଧାୟକ ଦଳର ନେତାମାନେ ମନୋନୀତ କରି ମୁଖ୍ୟମନ୍ତ୍ରୀ ପଦ ପାଇଁ ନାମିତ କରିଥିଲେ। ଉପରାଜ୍ୟପାଳ କାର୍ଯ୍ୟାଳୟର ଅଧିକାରୀମାନେ କହିଛନ୍ତି ଯେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କେଜ୍ରିୱାଲଙ୍କ ଇସ୍ତଫା ମଧ୍ୟ ସ୍ୱୀକାର କରି ଆତିଶୀଙ୍କୁ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି।

Get real time updates directly on you device, subscribe now.