fbpx

ଚଳିତ ମାସରେ ଲଞ୍ଚ ହେବ Xiaomi Mix Flip, ଫ୍ୟାନ୍ସଙ୍କ ଅପେକ୍ଷାର ଘଟିଲା ଅନ୍ତ

ନୂଆଦିଲ୍ଲୀ: ସ୍ମାର୍ଟଫୋନ ବଜାରରେ ଫିଲ୍ପ ସ୍ମାର୍ଟଫୋନର କ୍ରେଜ ବଢିବାରେ ଲାଗିଛି। ପାଖାପାଖି ପ୍ରତି ବଡ଼ ବଡ଼ ସ୍ମାର୍ଟଫୋନ ମେକର କମ୍ପାନୀ ଏହି ସମୟରେ ଫିଲ୍ପ ଏବଂ ଫୋଲଡେବଲ ଫୋନ ଉପରେ ଫୋକସ କରୁଛି। ଏହାରି ମଧ୍ୟରେ ସାଓମୀ ନିଜ କୋଟି କୋଟି ଫ୍ୟାନ୍ସଙ୍କ ପାଇଁ ଖୁବଶିଘ୍ର Xiaomi Mix Flipକୁ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରିବ। ଏହାର ଅର୍ଥ ସାଓମୀର ଏହି ଫ୍ଲିପ ସ୍ମାର୍ଟଫୋନର ଅପେକ୍ଷା କରିଥିବା କୋଟି କୋଟି ଫ୍ୟାନ୍ସଙ୍କର ବର୍ତ୍ତମାନ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି।

ସାଓମୀ ପକ୍ଷରୁ Xiaomi Mix Flipର ଗ୍ଲୋବାଲ ଲଞ୍ଚ ଡେଟରୁ ପର୍ଦ୍ଦାଫାଶ ଘଟିଛି। କମ୍ପାନୀ ଚଳିତ ମାସରେ ଏହି ସ୍ମାର୍ଟଫୋନକୁ ବଜାରରେ ଲଞ୍ଚ କରିବାକୁ ଯାଉଛି। ସାଓମୀ ନିଜର ଏହି ଫିଲ୍ପ ଫୋନରେ ୪.୧ ଇଞ୍ଚର କଭର ଡିସପ୍ଲେ ଦେଇଛି। ଏଥିସହ ଏଥିରେ ଦମଦାର ସ୍ନାପଡ୍ରାଗନ ୮ ଜେନ ୩ ଚିପସଟ ଦେଇଛି।

ସାଓମୀ Mix Flipକୁ ନିଜ ହୋମ ବଜାରରେ ପ୍ରଥମେ ହିଁ ଲଞ୍ଚ କରିସାରିଛି। କମ୍ପାନୀ ଏହାକୁ ଜୁଲାଇର ଏହି ମାସରେ ଚୀନର ମାର୍କେଟରେ ଲଞ୍ଚ କରିସାରିଛି। କମ୍ପାନୀ ଏହାକୁ ଜୁଲାଇର ଏହି ମାସରେ ମାର୍କେଟରେ ଲଞ୍ଚ କରିଥିଲା। କମ୍ପାନୀର ସିଇଓ କନଫର୍ମ କରିଛନ୍ତି ଯେ, Xiaomi Mix Flip ସେପ୍ଟେମ୍ବର ମାସରେ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରାଯିବ।

Get real time updates directly on you device, subscribe now.