fbpx

ରାଜ୍ୟର ୧୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକଙ୍କୁ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର : ରାଜ୍ୟର ୧୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ । ଆସନ୍ତାମାସ ଦ୍ୱିତୀୟ ସପ୍ତାହରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ଠାରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନବନିଯୁକ୍ତ ଶିକ୍ଷକମାନଙ୍କୁ ନିଯୁକ୍ତିପତ୍ର ବାଣ୍ଟିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ରାଜ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ପ୍ରାଧିକରଣ – ଓସେପା ପକ୍ଷରୁ କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ଗତ ଅଗଷ୍ଟ ମାସରେ କାଉସେଲିଂ ପ୍ରକ୍ରିୟା ଶେଷ ହୋଇଛି ।

ତେବେ ପୂର୍ବ ୫-ଟି ଯୋଜନାକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ପୂର୍ବ ସରକାର ଯେଉଁ ୫-ଟି କରିଥିଲେ ତାହା ସଫଳ ହୋଇନାହିଁ । ପିଲାମାନେ ସେହି ସ୍କୁଲରେ ପାଠ ପଢିଲେ ସତ ହେଲେ ସେମାନଙ୍କୁ ହରଣ ଗୁଣନ ଆସିଲା ନାହିଁ । ହେଲେ ଆମ ସରକାର ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ତେଣୁ ହାଇସ୍କୁଲ ସ୍ମାର୍ଟ ନୁହେଁ ପ୍ରାଥମିକ ସ୍ତରରେ ସ୍କୁଲ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ ।

Get real time updates directly on you device, subscribe now.