fbpx

‘ଆପଣଙ୍କ କାର୍ ଭଳି ମୋ ମାଆଙ୍କ ଘର’, ଚର୍ଚ୍ଚା ହେଲା ପିଏମ ମୋଦୀ ଏବଂ ଓବାମାଙ୍କର ୧୦ ବର୍ଷର ପୁରୁଣା କାହାଣୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଶ୍ୱର ନେତାମାନଙ୍କ ସହ ସାଙ୍ଗ ହେବାକୁ ନେଇ ଚର୍ଚ୍ଚା ହୋଇଥାଏ। ବୈଠକରେ ପିଏମଙ୍କ ସହ ରହୁଥିବା ଆଧିକାରୀମାନଙ୍କ କହିବାନୁଯାୟୀ, ପିଏମ ମୋଦୀ ବ୍ୟକ୍ତିଗତ ସ୍ତରରେ ବିଶ୍ୱର ନେତାମାନଙ୍କ ସହ ଜଡିତ ଏବଂ ସେ ଜୀବନର ଅନୁଭୂତି ସହଜରେ ସେୟାର କରନ୍ତି। ଏହାରି ମଧ୍ୟରେ ପିଏମ ମୋଦୀ ଏବଂ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ମଧ୍ୟରେ ୨୦୧୪ରେ ହୋଇଥିବା ଏକ କଥାବର୍ତ୍ତା ଚର୍ଚ୍ଚାର ବିଷୟ ପାଲଟିଛି। ଏହା ୨୦୧୪ରେ ପିଏମ ମୋଦୀଙ୍କ ଆମେରିକା ଯାତ୍ରା ସମୟର ଅଟେ।

ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତ ଅବସରରେ ଆମେରିକାରେ ଥିବା ଭାରତର ରାଷ୍ଟ୍ରଦୂତ ଏବଂ ପୂର୍ବତନ ବୈଦେଶିକ ସଚିବ ବିନୟ କ୍ୱାତ୍ରା ୨୦୧୪ର ଏକ ସ୍ମରଣୀୟ ମୂହୁର୍ତ୍ତ ସେୟାର କରିଛନ୍ତି। କ୍ୱାତ୍ରା କହିଛନ୍ତି ଯେ, ଏହି ଘଟଣାକୁ ମୋଦୀ ଷ୍ଟୋରୀ ୱେବସାଇଟରେ ସେୟାର କରାଯାଇଛି, ଯାହା ପିଏମ ମୋଦୀଙ୍କ ସହ ଜଡିତ ଲୋକଙ୍କ ଅଭିଜ୍ଞତା ଏବଂ କାହାଣୀକୁ ବଞ୍ଚାଇ ରଖିବା ପାଇଁ କାର୍ଯ୍ୟ କରୁଛି।

ସେ ଆହୁରି କହିଛନ୍ତି ଯେ, ଔପଚାରିକ କଥାବାର୍ତ୍ତା ଶେଷ ପରେ, ପିଏମ ମୋଦୀ ଏବଂ ରାଷ୍ଟ୍ରପତି ଓବାମା ମାର୍ଟିନ ଲୁଥର କିଙ୍ଗ ଜୁନିୟର ମେମୋରିଆଲ ଆଡକୁ ଯାଉଥିଲେ। ଦୁଇ ନେତା ଓବାମାଙ୍କ ଷ୍ଟ୍ରେଚ ଲିମୋଜିନରେ ବସିଥିଲେ ଏବଂ ଏହି ଯାତ୍ରା ସମୟରେ ପରିବାରକୁ ନେଇ କଥାବର୍ତ୍ତା ହେବାକୁ ଲାଗିଥିଲା। ଓମାବା ପିଏମ ମୋଦୀଙ୍କୁ ତାଙ୍କ ମାଆଙ୍କ ବିଷୟରେ ପଚାରିଥିଲେ। ସେତେବେଳେ ପିଏମ ମୋଦୀ ହସି ଦେଇ ସରଳ ଉତ୍ତର ଦେଇଥିଲେ, ‘ରାଷ୍ଟ୍ରପତି ଓବାମା, ଆପଣ ବିଶ୍ୱାସ କରିବେ ନାହିଁ, ହେଲେ ଆପଣଙ୍କ ଏହି କାରର ଆକାର ପାଖାପାଖି ମୋ ମାଆଙ୍କ ଘର ଭଳି ହୋଇଛି।’ ଓମାବା ପିଏମ ମୋଦୀଙ୍କ ଏହି କଥା ଶୁଣି ଜାଣିବାକୁ ପାଇଥିଲେ ଯେ, ପିଏମ ମୋଦୀଙ୍କ ଜୀବନ କେତେ ସାଧାସିଧା ଏବଂ ସରଳ।

Get real time updates directly on you device, subscribe now.