ଓଡ଼ିଶା ଭାସ୍କର: ଲୋକଙ୍କଠାରୁ ଆପଣ ଏହା ଶୁଣିଥିବେ ଯେ, ମଣିଷ ଖାଲି ହାତରେ ଆସିଛି ଖାଲି ହାତରେ ଯାଏ। ହେଲେ ହିନ୍ଦୁ ଧର୍ମର ମାନ୍ୟତା ଅନୁଯାୟୀ, ମୃତକ ନିଜ ସହ ୩ଟି ଜିନିଷ ନେଇକି ଯାଇଥାଏ। ଆସନ୍ତୁ ଏହି ବିଷୟରେ ଜାଣିବା..
କର୍ମ: ଗୀତାରେ କୁହାଯାଇଛି ଯେ, ମନୁଷ୍ୟ କର୍ମ ବିନା ଗୋଟିଏ ମୂହୁର୍ତ୍ତ ରହିପାରେନି। ମୃତ୍ୟୁ ଆସିବାରେ ଆତ୍ମା ଶରୀର ଦ୍ୱାରା କରାଯାଇଥିବା କର୍ମର ସ୍ମୃତିକୁ ଧାରଣ କରିଥାଏ। ଏହି କର୍ମ ଆଧାରରେ ଧାର୍ଯ୍ୟ ହୋଇଥାଏ ଯେ, ପରଲୋକରେ ଆତ୍ମା ସୁଖ ଭୋଗିବ ବା ଦୁଃଖ। ଏହି ଆଧାରରେ ଆଗାମୀ ଜନ୍ମରେ ଭଲ ଖରାପ ପ୍ରାପ୍ତ ହୋଇଥାଏ।
ଋଣ: ଗରୁଡ଼ ପୁରଣା ଅନୁଯାୟୀ, ମଣିଷ ଦ୍ୱାରା ନିଆଯାଇଥିବା କୌଣସି ଋଣ ଜନ୍ନ-ଜନ୍ମାତର ପର୍ଯ୍ୟନ୍ତ ପଛ ଛାଡିନଥାଏ। ଏଥିପାଇଁ ପରିବା ପୂର୍ବରୁ ଋଣ ପରିଶୋଧ କରିବା ନିହାତି ଆବଶ୍ୟକ। ଯେତେବେଳେ କିଏ ଋଣ କରି ମୃତ୍ୟୁବରଣ କରିଥାଏ ସେ ପରଲୋକରେ ଯମ ଋଣ ପରିଶୋଧ କରିଥାଏ।
ପୁଣ୍ୟ: ଦାନ, ଦୟା ଏବଂ ପରୋପକାରର ପୁଣ୍ୟ ମଧ୍ୟ ଅନେକ ଜନ୍ମ ପର୍ଯ୍ୟନ୍ତ ମଣିଷ ସହ ଚାଲିଥାଏ। ଏହି ସୁକର୍ମ ଧାର୍ଯ୍ୟ କରି ଆପଣ ସ୍ୱର୍ଗରେ ସୁଖ ଭୋଗିପାରିବେ ବା ନର୍କରେ ଦୁଃଖ ପାଇବେ। ଯଦି ଆପଣଙ୍କୁ ବିନା କୌଣସି ଭଲ କାମ କରିବା ବିନା ଜୀବନରେ ସୁଖ-ସଂପର୍ଣ୍ଣତା ମିଳିଲେ, ବୁଝିଯାଆନ୍ତୁ ଯେ, ଆପଣ ପୂର୍ବ ଜନ୍ମରେ କିଛି ଭଲ କାର୍ଯ୍ୟ କରିଥିଲେ।