fbpx

ଉତ୍ସାହର ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କଲେ ବାଇଡେନ, କହିଲେ- ଯେବେ ଆମେ ଏକାଠି ବସୁ..

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ ଶିଖର ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଛନ୍ତି। ବାଇଡେନ ପିଏମ ମୋଦୀଙ୍କୁ ନିଜ ଆବାସକୁ ସ୍ୱାଗତ କରିଛନ୍ତି। ଦୁଇ ନେତା ଦେଖାହେବା ମାତ୍ରେ ଦୁହେଁ ଦୁହିଁଙ୍କୁ ଆଲିଙ୍ଗନ କରିଛନ୍ତି। ଏହାପରେ ବାଇଡେନ ପିଏମ ମୋଦୀଙ୍କ ହାତ ଧରି ନିଜ ଘରକୁ ନେଇଛନ୍ତି।

ଜୋ ବାଇଡେନ ପିଏମ ମୋଦୀଙ୍କ ସହ ଫଟୋ ସେୟାର କରି ଏକ୍ସ ପୋଷ୍ଟରେ ଲେଖିଛନ୍ତି ଯେ, ବର୍ତ୍ତମାନ ଆମେରିକା ସହ ଭାରତର ସହଭାଗିତା ପୂର୍ବ ଅପେକ୍ଷା ଅଧିକ ମଜବୁତ, ଘନିଷ୍ଠ ଏବଂ ଅଧିକ ଗତିଶୀଳ ହୋଇଛି। ସେ ଆହୁରି ଲେଖିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦୀ, ପ୍ରତ୍ୟେକ ଥର ଯେବେ ଆମେ ବସୁ, ସେବେ ମୋତେ ସହଯୋଗର ନୂଆ କ୍ଷେତ୍ର ଖୋଜିବାର ସାମର୍ଥ୍ୟ ପ୍ରଭାବିତ କରେ। ଆଜି ବି ତାହା କିଛି ଅଲଗା ନଥିଲା।’

ପିଏମ ମୋଦୀଙ୍କ ଆମେରିକା ଗସ୍ତ ସମୟରେ ତାଙ୍କ ସହ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଏବଂ ଆମେରିକାରେ ଭାରତର ରାଷ୍ଟ୍ରଦୂତ ବିନୟ ମୋହନ କ୍ୱାତ୍ରା ମଧ୍ୟ ସାମିଲ ଅଛନ୍ତି। ଆମେରିକା ଟିମରେ ବୈଦେଶିକ ମନ୍ତ୍ରୀ ଏଣ୍ଟନୀ ବ୍ଲିଙ୍କନ, ରାଷ୍ଟ୍ରୀୟ ସୁରକ୍ଷା ବ୍ୟାପାର ପାଇଁ ରାଷ୍ଟ୍ରପତିଙ୍କ ସହକାରୀ ଟିଏସ ଜେକେ ସଲିଭାନ୍ ଏବଂ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟୀ ସାମିଲ ଥିଲେ।

Get real time updates directly on you device, subscribe now.