fbpx

ନାଇଟ୍ ଡ୍ୟୁଟି ବେଳେ ହଠାତ୍ ଗୋଦାମରେ ଲାଗିଲା ନିଆଁ, 6 ଜୀବନ୍ତ ଦଗ୍ଧ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର କାନପୁରରୁ ଦୁଃଖଦ ଖବର ସାମ୍ନାକୁ ଆସିଛି । ଶ୍ରମିକମାନେ ଗଦି କାରଖାନାରେ କାମ କରୁଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ନିଆଁ ଆଁରେ 6ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ରହିଛି । କାନପୁର ଦେହାତର ରାନିଆରେ ଏକ ଗଦି କାରଖାନାରେ ଏହି ଭୟଙ୍କର ଅଗ୍ନିକାଣ୍ଡ ଦେଖାଯାଇଛି ।

ସୂଚନା ଅନୁସାରେ, ଗୋଦାମରେ 15ଜଣ କର୍ମଚାରୀ ରାତ୍ରୀ ଡ୍ୟୁଟି କରୁଥିଲେ । ହେଲେ ହଠାତ୍ ଏକ ମେସିନରୁ ନିଆଁ ବାହାରିଥିଲା । ଫଳରେ ଚାହୁଁଚାହୁଁ ଚାରିଆଡକୁ ନିଆଁ ବ୍ୟାପିଯାଇଥିଲା । ଖବର ପାଇ ଅଗ୍ନିଶମ ବାହୀନିର ଦୁଇ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଚେଷ୍ଟା କରିଥିଲେ । ତେବେ ଏଥିରେ ଘଟଣାସ୍ଥଳରେ ହିଁ 3ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ଅନ୍ୟ 3ଜଣ ଚିକିତ୍ସା ସମୟରେ ଆଖି ବୁଜିଛନ୍ତି । ତେବେ ସମସ୍ତଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।  ଏହି ଘଟଣାରେ କାନପୁର ଦେହାନ ଏସ୍ପି ବିବିଜୀଟିଏସ ମୂର୍ତ୍ତି କହିଛନ୍ତି, ଫ୍ୟାକ୍ଟ୍ରିର 3 ନିର୍ଦ୍ଦେଶକଙ୍କ ବିରୋଧରେ ମାମଲା ଦାୟର କରାଯାଇଛି । ଏହି ଘଟଣାରେ କର୍ମଚାରୀମାନେ କୌଣସି ମାମଲା ଦାୟର କରିନଥିବା ବେଳେ ଅଗ୍ନିଶମ ବିଭାଗ ତରଫରୁ ଏଫଆଇଆର ପଞ୍ଜିକୃତ କରାଯାଇଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ସର୍ଟସର୍କିଟ ପାଇଁ ଅଘଟଣ ହୋଇଥିବା ଅନୁମାନ କରାଯାଉଛି । ଯାଞ୍ଚ ପରେ ପ୍ରକୃତ ମାମଲା ସ୍ପଷ୍ଟ ହୋଇପାରିବ ।

Get real time updates directly on you device, subscribe now.