fbpx

ଚପଲ କିଣିବାକୁ ଯାଇଥିଲେ, ହେଲେ…

ରାଉରକେଲା: ଷ୍ଟିଲ ସିଟିରେ ଲଜ୍ଜା । ଯୌନ ପିସାଚଙ୍କ ଯୌନ ଲାଳସର ଶିକାର ହେଲେ ଦୁଇ ଭଉଣୀ । ଜଣଙ୍କୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣକ ମାତ୍ର ୧୨ ବର୍ଷ । ଘଟଣା ପ୍ରଘଟ ହେବା ପରେ ଷ୍ଟିଲସିଟିବାସୀ ଲଜ୍ଜାରେ ନତମସ୍ତକ । ପୋଲିସ ଘଟଣାକୁ ଗୁରୁତର ସହ ନେଇ ଅଭିଯୋଗ ଆଧାରରେ ଆରମ୍ଭ କରିଛି ତଦନ୍ତ । ଗଣଦୁଷ୍କର୍ମକାରୀଙ୍କ ମଧ୍ୟରୁ ୨ ଜଣଙ୍କୁ ଧରିବାରେ ସକ୍ଷମ ପୋଲିସ ।
ରାଉରକେଲାର ପ୍ଲାଣ୍ଟ ସାଇଟ ଥାନା ଅଧୀନ ଅଞ୍ଚଳରେ ଏମିତି ଲଜ୍ଜାଜନକ ଘଟଣା ଘଟିଯାଇଛି । ଦୁଇ ଭଉଣୀ ପ୍ଲାଣ୍ଟସାଇଟ ଅଞ୍ଚଳରୁ ମାର୍କେଟକୁ ଯାଇଥିଲେ । ମାର୍କେଟରୁ ଚପଲ କିଣିବାକୁ ଯାଉଥିବା ବେଳେ ଏକ ଅନ୍ଧାରିଆ ରାସ୍ତାରେ ହଠାତ୍ ୫-୬ ଜଣ ଦୁର୍ବୃତ୍ତ ସେଠି ପହଞ୍ଚିଥିଲେ । ସେମାନଙ୍କ ଭିତରୁ କିଛି ସାନ ଭଉଣୀକୁ ଟେକି ନେଇଥିଲେ । ଏହା ଦେଖି ବଡ ଭଉଣୀ ବିରୋଧ କରିବାରୁ ତା ସହ ମଧ୍ୟ ଅନ୍ୟ କିଛି ଜଣ ଅପକର୍ମ କରିଥିଲେ ।
ଅନ୍ୟମାନେ ସାନ ଭଉଣୀକୁ କିଛି ଦୂରକୁ ନେଇ ଜଣକ ପରେ ଜଣେ କୁକର୍ମ କରିଥିଲେ । ଦୁଇ ଭଉଣୀ ଯନ୍ତ୍ରଣାରେ ଚିକ୍ରାର କରୁଥିବା ବେଳେ ସେମାନଙ୍କ ପାଟି ବନ୍ଦ କରିଦେଇଥିଲେ । ଜଣଜଣ କରି ସମସ୍ତେ ଦୁଷ୍କର୍ମ କରିବା ପରେ ସେଠାରୁ ଚାଲିଯାଇଥିଲେ । ବଡ ଭଉଣୀ ସେମାନଙ୍କୁ ଚାଲିଯିବାର ଦେଖି କିଛି ସମୟ ଖୋଜିବା ପରେ ସାନ ଭଉଣୀକୁ ପାଇଥିଲା । ଉଭୟ ବଡ କଷ୍ଟରେ ଘରେ ପଞ୍ଚିଥିଲେ ।
ଉଭୟ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କଥା କହିଥିଲେ । ଏନେଇ ପ୍ଲାଣ୍ଟସାଇଟ ଥାନାରେ ଅଭିଯୋଗ ହେବାରୁ ପୋଲିସ ପୀଡିତାଙ୍କଠାରୁ ଅଭିଯୁକ୍ତଙ୍କ ବର୍ଣ୍ଣନା ଆଧାରରେ ଦୁଇଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି । ନାବାଳିକାର ଡାକ୍ତରୀ ମାଇନା ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.