fbpx

ଆପଣଙ୍କ ସହରର କେଉଁ ହସ୍ପିଟାଲରେ ହେଉଛି ଆୟୁଷ୍ମାନ କାର୍ଡରୁ ଚିକିତ୍ସା? ଘରେ ବସି ବସି ଜାଣିପାରିବେ ଆପଣ

ନୂଆଦିଲ୍ଲୀ: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଏକ ମାଗଣା ଚିକିତ୍ସା ଯୋଜନା ଚଳାଇଛନ୍ତି । ଏହି ଯୋଜନାର ନାମ ହେଉଛି ଆୟୁଷ୍ମାନ ଭାରତ ଯୋଜନା । ଭାରତ ସରକାର ୨୦୧୮ ରେ ଏହି ଯୋଜନା ଆରମ୍ଭ କରିଥିଲେ ।

ଏହି ଯୋଜନା ଅଧୀନରେ ଲୋକଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଦିଆଯାଉଛି । ଏହି ଯୋଜନା ଦେଶର ସେହି ଗରିବ ଅଭାବୀ ଲୋକଙ୍କ ପାଇଁ ଉପଲବ୍ଧ , ଯେଉଁମାନଙ୍କ ପାଖରେ ମହଙ୍ଗା ଚିକିତ୍ସା ପାଇଁ ଟଙ୍କା ନାହିଁ ।

ଏହି ଯୋଜନା ଅଧୀନରେ ଭାରତ ସରକାର ଆୟୁଷ୍ମାନ କାର୍ଡ ପ୍ରଦାନ କରୁଛନ୍ତି । ଏହାକୁ ଦେଖାଇ ଆପଣ ଆୟୁଷ୍ମାନ ଯୋଜନା ସହିତ ଜଡିତ କୌଣସି ସରକାରୀ କିମ୍ବା ଘରୋଇ ଡାକ୍ତରଖାନାରେ ମାଗଣା ଚିକିତ୍ସା ପାଇପାରିବେ । ଯଦି ଆପଣ ଜାଣି ନାହାଁନ୍ତି ଆପଣଙ୍କ ସହରରେ ଆୟୁଷ୍ମାନ ଯୋଜନା ଅଧୀନରେ କେଉଁ ଡାକ୍ତରଖାନା ପଞ୍ଜିକୃତ ହୋଇଛି, ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ ଘରେ ବସି ମଧ୍ୟ ଅନଲାଇନ୍ ରେ ଏବିଷୟରେ ଜାଣିପାରିବେ ।

ଏହିପରି ଅନଲାଇନରେ ଜାଣିପାରିବେ ଆପଣ :-

ଯଦି ଆପଣ ସହରରେ ଉପସ୍ଥିତ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ରାସନ ହସ୍ପିଟାଲ ବିଷୟରେ ଜାଣିନାହଁଁନ୍ତି, ତେବେ ଆପଣ ଘରେ ବସି ଅନଲାଇନ୍ ରେ ଜାଣିପାରିବେ । ଏଥିପାଇଁ ସର୍ବପ୍ରଥମେ ଆପଣଙ୍କୁ ଆୟୁଷ୍ମାନ ଭାରତ ସ୍କିମ୍ ର ଅଫିସିଆଲ୍ ୱେବସାଇଟ୍ pmjay.gov.inକୁ ଯିବାକୁ ପଡିବ । ଏଠାରେ ଆପଣ ଅନେକ ଅପ୍ସନ୍ ଦେଖିବେ । ଏହି ବିକଳ୍ପଗୁଡ଼ିକରୁ ଆପଣଙ୍କୁ ‘ଫାଇଣ୍ଡ ହସ୍ପିଟାଲ୍ ‘ ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।

ଏହା ପରେ ଆପଣଙ୍କୁ ନିଜ ରାଜ୍ୟ ଚୟନ କରିବାକୁ ପଡିବ, ଏହା ପରେ ଆପଣଙ୍କୁ ଜିଲ୍ଲା ଚୟନ କରିବାକୁ ପଡିବ । ତା’ପରେ ଆପଣଙ୍କୁ ଡାକ୍ତରଖାନାର ଟାଇପ୍ ମଧ୍ୟ ବାଛିବାକୁ ପଡିବ । ଏହା ପରେ ଆପଣଙ୍କୁ ସ୍କ୍ରିନରେ ନିମ୍ନରେ ଦିଆଯାଇଥିବା କ୍ୟାପଚା କୋଡ୍ ମଧ୍ୟ ଏଣ୍ଟର କରିବାକୁ ପଡିବ । ଶେଷରେ ଆପଣଙ୍କୁ ସବମିଟ୍ ଉପରେ କ୍ଲିକ୍ କରିବାକୁ ପଡିବ । ଏହି ଯୋଜନାରେ ତାଲିକାଭୁକ୍ତ ଡାକ୍ତରଖାନାଗୁଡ଼ିକର ତାଲିକା ଆପଣଙ୍କ ସାମ୍ନାରେ ଦେଖାଯିବ ।

Get real time updates directly on you device, subscribe now.