fbpx

ଦିଲ୍ଲୀ ପରେ ପଞ୍ଜାବ ରାଜନୀତିରେ ପରିବର୍ତ୍ତନ, ୪ ଜଣ କ୍ୟାବିନେଟ ମନ୍ତ୍ରୀଙ୍କ ଇସ୍ତଫା, ଆଜି ଶପଥ ଗ୍ରହଣ କରିବେ ନୂତନ ମନ୍ତ୍ରୀ

ଚଣ୍ଡିଗଡ଼: ଦିଲ୍ଲୀ ଏବଂ ପଞ୍ଜାବରେ ଆପ୍ ସରକାରଙ୍କ ଦବଦବା ରହିଛି । ଦିଲ୍ଲୀରେ ନୂତନ ମୁଖ୍ୟମନ୍ତ୍ରୀ ଆସିବା ପରେ ଏହାର ପ୍ରଭାବ ପଞ୍ଜାବରେ ଦେଖିବାକୁ ମିଳିଛି । ପଞ୍ଜବ କ୍ୟାବିନେଟରୁ ୪ ଜଣ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ରବିବାର ସନ୍ଧ୍ୟାରେ ପଞ୍ଜାବର ଜଳ ଯୋଗାଣ, ପରିମଳ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ବ୍ରହ୍ମ ଶଙ୍କର ଜିମ୍ପା, ସୂଚନା, ଜନସମ୍ପର୍କ, ଖଣି ଏବଂ ଭୂ ବିଜ୍ଞାପନ ମନ୍ତ୍ରୀ ଚେତନ ସିଂହ ଜୋଡାମାଜରା, ପର୍ଯ୍ୟଟନ ମନ୍ତ୍ରୀ ଅନମୋଲ ଗଗନ ମାନ ଏବଂ ସ୍ଥାନୀୟ ସରକାରୀ ମନ୍ତ୍ରୀ ବଲକାର ସିଂହ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପଞ୍ଜାବ ସରକାର ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା ଗ୍ରହଣ କରି ତୁରନ୍ତ ଏହାକୁ ରାଜ୍ୟପାଳଙ୍କ ନିକଟକୁ ପଠାଇଛନ୍ତି । ଏହା ପରେ ପଞ୍ଜାବ ସରକାର ସୋମବାର ସନ୍ଧ୍ୟାରେ ମଧ୍ୟ କ୍ୟାବିନେଟ୍ ସମ୍ପ୍ରସାରଣ ଘୋଷଣା କରିଛନ୍ତି । କ୍ୟାବିନେଟରେ ସାମିଲ ହେବା ପାଇଁ ବରିନ୍ଦର କୁମାର ଗୋୟଲ, ତରଣପ୍ରୀତ ସିଂହ ସøନ୍ଦ, ମହିନ୍ଦର ଭାଗବତ ଏବଂ ହରଦୀପ ସିଂହ ମୁଣ୍ଡିଆଙ୍କୁ ନିମନ୍ତ୍ରଣ ଦିଆଯାଇଛି ।

ଆଜି(ସୋମବାର)ପଞ୍ଜାବର ରାଜ୍ୟପାଳ ଗୁଲାବ ଚନ୍ଦ କଟାରିଆ ଉପରୋକ୍ତ ୪ ଜଣ ମନ୍ତ୍ରୀଙ୍କ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରାଇବେ । କହିରଖୁଛୁ ୩୦ ମାସ ଭଗବନ୍ତ ମାନ ସରକାରଙ୍କ ଏହା ୪ର୍ଥ କ୍ୟାବିନେଟ ବିସ୍ତାର । ୧୧୭ ବିଧାୟକ ବିଶିଷ୍ଟ ପଞ୍ଜାବ ବିଧାନସଭାରେ ବର୍ତ୍ତମାନ ପର୍ଯ୍ୟନ୍ତ ସିଏମଙ୍କ ସମେତ ୧୫ ଜଣ ମନ୍ତ୍ରୀ ଥିଲେ ।

Get real time updates directly on you device, subscribe now.