fbpx

ଲେବାନନରେ ହାହାକାର; ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୪୯୨ ମୃତ, ୧୮ ବର୍ଷ ପରେ ସବୁଠୁ ଭୟଙ୍କର ଆକ୍ରମଣ

ନୂଆଦିଲ୍ଲୀ: ଲେବାନନରେ ୨୩ ସେପ୍ଟେମ୍ବର ୨୦୨୪ରେ ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ୪୯୨ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ ୯୦ରୁ ଅଧିକ ମହିଳା ଏବଂ ଶିଶୁ ସାମିଲ ଅଛନ୍ତି। ୨୦୦୬ ରେ ଘଟିଥିବା ଇସ୍ରାଏଲ ଏବଂ ହିଜବୁଲ୍ଲାହ ଯୁଦ୍ଧ ପରେ ଏହା ସବୁଠାରୁ ଭୟଙ୍କର ଆକ୍ରମଣ ବୋଲି କୁହାଯାଉଛି। ଇସ୍ରାଏଲ ହିଜୁଲ୍ଲାହ ବିରୋଧରେ ନିଜର ବଡ଼ ଏୟାର ଷ୍ଟ୍ରାଇକ ଆକ୍ରମଣ ପୂର୍ବରୁ ଲେବାନନର ଦକ୍ଷିଣ ଏବଂ ପୂର୍ବ ଭାଗର ବାସିନ୍ଦାଙ୍କୁ ଘର ଖାଲି କରିବାକୁ ଚେତାବନୀ ଦେଇଥିଲା।

ଇସ୍ରାଏଲ ଆକ୍ରମଣର ଚେତାବନୀ ମିଳିବା ପରେ ହଜାର ହଜାର ଲେବାନନର ଲୋକେ ଦକ୍ଷିଣ ଭାଗକୁ ପଳାୟନ କରିଥିଲେ। ସିଡୋନରୁ ବେରୂନ ଯାଉଥିବା ମୁଖ୍ୟ ରାଜପଥରେ କାରର ଲମ୍ବା ଧାଡି ଲାଗିଥିଲା, ଯାହାକି ୨୦୦୬ ପରେ ସବୁଠୁ ବଡ ପଳାୟନର ଦୃଶ୍ୟ ଦେଖିବାକୁ ମିଳିଥିଲା।

ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନାନୁଯାୟୀ, ଆକ୍ରମଣରେ ୩୫ ଶିଶୁ ଏବଂ ୫୮ ମହିଳାଙ୍କ ସମେତ ୪୯୨ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିରେ .୬୪୫ ଲୋକେ ଆହତ ହୋଇଛନ୍ତି। ଏହି ସଂଖ୍ୟା ୨୦୨୦ରେ ବେରୁତ ବନ୍ଦର ସିସ୍ଫୋରଣ ଠାରୁ ବି ଅଧିକ, ଯେଉଁଥିରେ ୨୧୮ ଜଣଙ୍କର ମୃତ୍ୟୁ ଘଟିଛି।

ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଲିବାନନର ନାଗରିକମାନଙ୍କୁ ଏକ ବାର୍ତ୍ତାରେ ଇସ୍ରାଏଲ୍ ସୈନ୍ୟବାହିନୀର ଚେତାବନୀକୁ ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, “ଏହି ଚେତାବନୀକୁ ଗମ୍ଭୀରତାର ସହ ନିଅ ଏବଂ ବିପଦରୁ ଦୂରେଇ ରୁହ। ଆମର ଅପରେସନ୍ ସରିବା ପରେ ତୁମେ ନିରାପଦରେ ନିଜ ଘରକୁ ଫେରିପାରିବ।”

ଇସ୍ରାଏଲର ସାମରିକ ମୁଖପାତ୍ର ରିୟର ଆଡମିରାଲ ଡାନିଏଲ ହାଗରୀ କହିଛନ୍ତି ଯେ, ହିଜବୁଲ୍ଲାହକୁ ଇସ୍ରାଏଲ ଅଞ୍ଚଳରୁ ବିତାଡିତ କରିବା ପାଇଁ ସେନା ସମସ୍ତ ପ୍ରକାର ଉଦ୍ୟମ କରୁଛି। ସୋମବାରର ଏୟାର ଷ୍ଟ୍ରାଇକରେ ଇସ୍ରାଏଲ୍ ସୈନ୍ୟବାହିନୀ ୧,୩୦୦ ହିଜବୁଲ ଟାର୍ଗେଟରେ ଆକ୍ରମଣ କରି କ୍ରୁଜ୍ କ୍ଷେପଣାସ୍ତ୍ର, ରକେଟ୍ ଏବଂ ଡ୍ରୋନ୍ ନଷ୍ଟ କରି ଦେଇଛନ୍ତି। ହାଗରୀ କହିଛନ୍ତି ଯେ, ହିଜବୁଲ ଇସ୍ରାଏଲ ଉପରେ ୯,୦୦୦ ରୁ ଅଧିକ ରକେଟ୍ ଏବଂ ଡ୍ରୋନ୍ ଗୁଳି ଚଳାଇଛି ଏବଂ କେବଳ ସୋମବାର ୨୫୦ ଷ୍ଟ୍ରାଇକ୍ କରିଛି।

ଏହି ଏୟାର ଷ୍ଟ୍ରାଇକରୁ ହିଜବୁଲ ବହୁ କ୍ଷତି ସହିଛି ବୋଲି ଇସ୍ରାଏଲ୍ ସୈନ୍ୟ ଦାବି କରିଛନ୍ତି। ତେବେ ଅପରେସନ କେତେ ଦିନ ଚାଲିବ ସେ ସ୍ପଷ୍ଟ କରି ନାହାଁନ୍ତି, କିନ୍ତୁ ଗ୍ରାଉଣ୍ଡ ଆକ୍ରମଣ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନାହିଁ। ଇସ୍ରାଏଲର ମୁଖପାତ୍ର କହିଛନ୍ତି ଯେ, ହିଜବୁଲ ଅସ୍ତ୍ରଶସ୍ତ୍ରକୁ ଅନେକ ଆବାସିକ ଅଞ୍ଚଳରେ ଲୁଚାଇ ରଖିଥିଲା, ଯାହା ବର୍ତ୍ତମାନ ସେହି ଅଞ୍ଚଳଗୁଡ଼ିକୁ ଯୁଦ୍ଧ ଅଞ୍ଚଳରେ ପରିଣତ କରାଯାଇଛି।

 

Get real time updates directly on you device, subscribe now.