fbpx

Telegram ଡାଟା ସେୟାରିଂ ପଲିସିରେ ବଡ଼ ପରିବର୍ତ୍ତନର କଲା ଘୋଷଣା, ଏହି କାରଣ ପାଇଁ ନେଲା ନିଷ୍ପତ୍ତି

ନୂଆଦିଲ୍ଲୀ: ପପୁଲାର ଏନକ୍ରିପ୍ଟେଡ ପ୍ଲାଟଫର୍ମ ଟେଲିଗ୍ରାମ ପ୍ରାଇଭେସି ପଲିସିରେ ବଡ ପରିବର୍ତ୍ତନର ଘୋଷଣା କରିଛି । ଏହି ପରିବର୍ତ୍ତନ ପରେ ବର୍ତ୍ତମାନ ଆପକୁ ଅପରାଧିକ ଯାଞ୍ଚରେ ନ୍ୟାୟିକ ଅଧିକାରଗୁଡିକ ସହ ୟୁଜର୍ସଙ୍କ ଆଇପି ଆଡ୍ରେସ ଏବଂ ଫୋନ ନମ୍ବର ସେୟାର କରିବାର ଅନୁମତି ରହିଛି । .. ଖବର ମୁତାବକ, ଗତ ମାସରେ ଫ୍ରାନ୍ସରେ ଟେଲିଗ୍ରାମର ସିଇଓ ପାୱେଲ ଡୂରୋବଙ୍କୁ ଗିରଫ କରାଯିବା ପରେ ଏହି ପରିବର୍ତ୍ତନ କରାଯାଇଛି । ସିଇଓଙ୍କ ଉପରେ ଅଭିଯୋଗ ରହିଛି ଯେ, ଟେଲିଗ୍ରାମ ନିଶା ପଦାର୍ଥର ଚୋରା ଚାଲାଣ ଏବଂ ଶିଶୁ ଯୌନ ଶୋଷଣ ସାମଗ୍ରୀ ବଣ୍ଟନ ସହିତ ବେଆଇନ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିଥିଲେ ।

ସୂଚନାନୁଯାୟୀ, ଟେଲିଗ୍ରାମ ଉପରେ ପଲିସି ଅପଡେଟର ଖବର ପୋଷ୍ଟ କରିଥିବା ଡୂରୋବ କହିଛନ୍ତି ଯେ, ଗୋପନୀୟତା ଏବଂ ସୁରକ୍ଷା ମଧ୍ୟରେ ଉତ୍ତମ ସନ୍ତୁଳନ ରଖିବା ପାଇଁ ଏହି ପଦକ୍ଷେପ ଆବଶ୍ୟକ ଥିଲା । ଡୂରୋବ କହିଛନ୍ତି ଯେ, ପ୍ରାଇଭେସି ଏବଂ ସେଫ୍ଟୀ ମଧ୍ୟରେ ଉତ୍ତମ ସନ୍ତୁଳନ ରଖିବା ସହଜ ନୁହେଁ । ଏହା ପୂର୍ବରୁ, ଟେଲିଗ୍ରାମ କେବଳ ସନ୍ଦିଗ୍ଧ ଆତଙ୍କବାଦ ମାମଲାରେ ୟୁଜର୍ସ ଡାଟା ସେୟାର କରିବାକୁ ରାଜି ହୋଇଥିଲା । ନୂଆ ପଲିସିରେ ଏହାକୁ କୌଣସି ମଧ୍ୟ ଅପରାଧିକ ଯାଞ୍ଚକୁ କଭର କରିବା ପାଇଁ ବଢାଯାଇଛି ।

ପ୍ରାନ୍ସ ଅଧିକାରୀମାନେ ଅଗଷ୍ଟରେ ଡୂରୋବଙ୍କୁ ଜାମିନରେ ଆଣିଥିଲେ, ଯେଉଁଥିରେ ତାଙ୍କ କମ୍ପାନୀ ଟେଲିଗ୍ରାମ ଦୁର୍ବ୍ୟବହାରକୁ ରୋକିବାରେ ବିଫଳ ହୋଇଥିବା ଅଭିଯୋଗ ଆଣିଥିଲା । ଟେଲିଗ୍ରାମ ବହୁ ସମୟରୁ ନିଜ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ ଏବଂ ନ୍ୟୁନତମ ଡାଟା ସଂଗ୍ରହ ନିତିଗୁଡିକ ପାଇଁ ବେଆଇନ କାର୍ଯ୍ୟକଳାପର ଆଶ୍ରୟସ୍ଥଳ ହୋଇଥିବାରୁ ଏହା ସମାଲୋଚନାର ଶିକାର ହୋଇଛି ।

Get real time updates directly on you device, subscribe now.