fbpx

ପ୍ରିନ୍ସିପାଲଙ୍କ ଲୋଳୁପ ନଜରରେ ପଡିଲା ପ୍ରଥମ ଶ୍ରେଣୀ ଛାତ୍ରୀ, ଦୁଷ୍କର୍ମରେ ବିଫଳ ହୋଇ ଚିପିଦେଲେ ତଣ୍ଟି

ଗାନ୍ଧୀନଗର: ଗୁଜୁରାଟର ଦାହୋଡ ଥାନା ଅଧୀନରେ ଲଜ୍ଜା । ପ୍ରଥମ ଶ୍ରେଣୀ ଛାତ୍ରୀ ସହ ଦୁଷ୍କର୍ମ କରିବାକୁ ଯାଇ ମାରିଦେଲା ନରପିଶାଚ ରୂପୀ ସ୍କୁଲର ପ୍ରିନ୍ସିପାଲ । ୬ ବର୍ଷର ଛାତ୍ରୀର ମୃତଦେହ ସ୍କୁଲ ପରିସରରୁ ଉଦ୍ଧାର ପରେ ପୋଲିସ ଛାନଭିନରେ ଗୁଗଲ ଟାଇମ ଲାଇନ ଦେଲା ଗୁରୁତ୍ୱପୂର୍ଣ୍ଣ ସୂରାକ । ଶେଷରେ ପୋଲିସକୁ ଗିରଫ କରିଛି ପୋଲିସ । ଏହି ଘଟଣା ନାରୀ ସୁରକ୍ଷା ଓ ଶିକ୍ଷକତା ପରି ଗରିମାମୟ ପେଶାକୁ କରିଛି ଲଜ୍ଜିତ ।

ସୂଚନା ମୁତାବକ, ଦାହୋଡର ପ୍ରାଇମେରି ସ୍କୁଲର ତୋୟନି ଗାଁର ଜଣେ ପ୍ରଥମ ଶ୍ରେଣୀ ଛାତ୍ରୀ ସ୍କୁଲ ଆସିଥିଲେ ମଧ୍ୟ ସଂଧ୍ୟାରେ ଫେରି ନ ଥିଲା । ସ୍କୁଲକୁ ସବୁଦିନ ଝିଅଟି ପ୍ରିନ୍ସିପାଲଙ୍କ ସହ ଯାଉଥିବାରୁ ଘର ଲୋକେ ପ୍ରିନ୍ସିପାଲଙ୍କୁ ଫୋନ କରି ପଚାରିଥିଲେ । ହେଲେ ସେ କହିଥିଲେ, ଝିଅକୁ ସ୍କୁଲ ନେଇଛାଡିଥିଲେ । କିନ୍ତୁ ତାଙ୍କର କିଛି କାମ ଥିବାରୁ ସେ ଶୀଘ୍ର ସ୍କୁଲରୁ ବାହାରି ଯାଇଥିଲେ । ପ୍ରିନ୍ସିପାଲଙ୍କ ଉତ୍ତର ପାଇଁ ପରିବାର ଲୋକେ ସ୍କୁଲକୁ ଯାଇଥିଲେ ।

ସ୍କୁଲ ପଛପଟରେ ଝିଅର ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ସ୍କୁଲରେ ପଚରାଉଚରା ବେଳେ ପୋଲିସ ଜାଣିଥିଲା କି, ଉକ୍ତ ଦିନ ଛାତ୍ରୀଟି ସ୍କୁଲ ଆସିନି । ହେଲେ ପରିବାର ଲୋକଙ୍କ ପ୍ରିନ୍ସିପାଲ କହିଥିଲେ କି ସେ ସ୍କୁଲରେ ଛାଡିଥିଲେ ପ୍ରିନ୍ସିପାଲ । ଏହା ପରେ ପୋଲିସ ପ୍ରିନ୍ସିପାଲଙ୍କ ମୋବାଇଲରୁ ଗୁଗଲ ଟାଇମ ଲାଇନ ଯାଞ୍ଚ କରି ଜାଣିଥିଲା କି, ସ୍କୁଲ ଛୁଟି ପରେ ସଂଧ୍ୟା ପ୍ରାୟ ସାଢେ୬ଟା ପାଖାପାଖି ତାଙ୍କ ଲୋକେସନ ସ୍କୁଲରେ ଦେଖାଇଥିଲା ।

ପୋଲିସ ପ୍ରିନ୍ସିପାଲଙ୍କୁ ସନ୍ଦେହରେ ନେଇ ପଚରା ଉଚରା କରିବା ପରେ ଜାଣିବାକୁ ପାଇଥିଲେ କି, ସେ ଛାତ୍ରୀକୁ ଗାଡିରେ ଆଣିବା ସମୟରେ ରାସ୍ତାରେ ତା ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ପିଲାଟି ଭୟର ଚିକ୍ରାର କରିବାରୁ ଡରିଯାଇଥିଲେ ପ୍ରିନ୍ସିପାଲ ଓ ପିଲାର ମୁହଁ ଏମିତି ଜାବୁଡି ଧରିଲେ କି ଶ୍ୱାସରୁଦ୍ଧ ହୋଇ ତାର ପ୍ରାଣବାୟୁ ଉଡିଯାଇଥିଲା । ପ୍ରିନସିପାଲ ଦିନ ତମାମ ଗାଡି ଭିତରେ ଛାତ୍ରୀର ମୃତଦେହ ରଖିବା ପରେ ସଂଧ୍ୟାରେ ସ୍କୁଲ ବନ୍ଦ ହେବା ପରେ ମୃତଦେହ ସ୍କୁଲ ପଛପଟେ ପକାଇ ଦେଇଥିଲେ ।

 

Get real time updates directly on you device, subscribe now.