fbpx

(Breaking) ଶ୍ରୀମନ୍ଦିର ଘିଅରେ ଅପମିଶ୍ରଣ! ଯାଞ୍ଚ କରିବ ଜିଲ୍ଲା ପ୍ରଶାସନ

ପୁରୀ: ତିରୁପତି ଲଡୁରେ ପଶୁ ଚର୍ବି ବ୍ୟବହାର ହେଉଥିବା ଜଣାପଡିବା ପରେ ଶ୍ରୀମନ୍ଦିରରେ ବ୍ୟବହାର ହେଉଥିବା ଘିଅର ମାନ ଯାଞ୍ଚ ହେବ । ଏନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ । ଜିଲ୍ଲାପାଳ କହିଛନ୍ତି କି, ଯଦି ଦରକାର ପଡେ ତେବେ ଘିଅର ମାନ ଯାଞ୍ଚ କରାଯିବ । ଏନେଇ ଓମଫେଡ ଓ ଅନ୍ୟ ସଂସ୍ଥା ତଥା ସେବାୟତଙ୍କ ସହ ଆଲୋଚନା ହେବ ।

ଶ୍ରୀମନ୍ଦିରରେ ଦୀପର ବ୍ୟବହାର କରାଯାଉଥିବା ଘିଅକୁ ଫୁଡ ସେପ୍ଟି ଅଥରିଟି ଦ୍ୱାରା ଯାଞ୍ଚ କରିବାକୁ କହିଛନ୍ତି । ମନ୍ଦିରରେ ନକଲି ଘିଅ ବ୍ୟବହାର ହେଉଥିବା ନେଇ କୌଣସି ସନ୍ଦେହ ଏପର୍ଯ୍ୟନ୍ତ ନାହିଁ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନ । ତଥାପି ଶୀଘ୍ର ଏହି ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ତେବେ ତିରୁପତି ମନ୍ଦିରରେ ଲାଗି ହେଉଥିବା ଲଡୁ (ପ୍ରସାଦମ)ରେ ଗାଈ, ଘୁଷୁରୀ ଚର୍ବି ସହ ମାଛର ତେଲ ମିଶିଥିବା ନେଇ ଗୁଜରାଟର ଏକ ଲ୍ୟାବ ରିପୋର୍ଟ ଦେବା ପରେ ଏକ ସପ୍ତାହ ହେବ ବିବାଦ ଘନେଇଛି । ମାମଲାରେ କେନ୍ଦ୍ର ହସ୍ତକ୍ଷେପ କରିବା ସହ ସୁପ୍ରିମ କୋର୍ଟରେ ପିଆଇଏଲ ଦାଖଲ ହୋଇଛି । ପୂର୍ବତନ ମନ୍ତ୍ରୀ ତଥା ବଜେପିର ବରିଷ୍ଠ ନେତା ଚିଦାମ୍ବରମ ସ୍ୱାମୀ ମଧ୍ୟ ସର୍ବୋଚ୍ଚ କୋର୍ଟରେ ଆବେଦନ କରିଛନ୍ତି ଘିଅର ସୁଦ୍ଧତାକୁ ନେଇ ।

ଏବେ ସବୁରି ମନରେ ଘିଅର ଶୁଦ୍ଧତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନ । ଧର୍ମଗୁରୁ ଏହି ଘଟଣାକୁ ହିନ୍ଦୁତ୍ୱ ସହ ଯୋଡିଲେଣି । ହିନ୍ଦୁଙ୍କ ଧର୍ମୀୟ ଭାବନାକୁ ଆଘାତ ଦେବାକୁ ଏମିତି କରାଯାଉଥିବା ଶ୍ରୀ ଶ୍ରୀ ରବିଶଙ୍କର କହିଛନ୍ତି ।

Get real time updates directly on you device, subscribe now.