fbpx

ହିଜବୁଲ୍ଲାହ ଉପରେ ବିଜୟ ଇଜରାଏଲ ପାଇଁ ଦିବାସ୍ୱପ୍ନ ହୋଇଯିବନି ତ?

ନୂଆଦିଲ୍ଲୀ: ଇଜରାଇଲ ଇରାନ ସମର୍ଥିତ ହିଜବୁଲ୍ଲାହ ଆତଙ୍କୁ ସଂଗଠନ ଦମନ କରିବାକୁ ଗତ କିଛି ଦିନ ହେବ ଲେବାନନ ଉପରେ କରୁଛି ଆକ୍ରମଣ । ହିଜବୁଲ୍ଲାହ ମଧ୍ୟ କରୁଛି ପ୍ରତି ଆକ୍ରମଣ । ଏହାରି ଭିତରେ ଦେଶର ଜାତୀୟ ସୁରକ୍ଷା କାଉନସିଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କୁ ଚେତେଇ ଦେଇଛି । କାଉନସିଲ ହିଜବୁଲ୍ଲାହ ସହ ଯୁଦ୍ଧରୁ ଇଜରାଇଲକୁ ପଛଘୁଞ୍ଚା ଦେବାକୁ ଦେଇଛି ପରାମର୍ଶା

ସୁରକ୍ଷା ପରିଷଦ କହିଛି, ହିଜବୁଲ୍ଲାହକୁ ହମାସ ଭାବନି । ହିଜବୁଲ୍ଲା ଗୋଟିଏ ରାଜ୍ୟ ଭିତରେ ଥିବା ରାଜ୍ୟ । ସଂଗଠନ ନିକଟରେ ବହୁ ସୁରକ୍ଷା ସାଧନ ରହିଛି । ୨୦୦୬ରେ ଇଜରାଇଲ ସହ ହିଜବୁଲ୍ଲାର ଯୁଦ୍ଧ ପରେ ସଂଗଠନ ତାର ସେନାବଳକୁ ଆହୁରି ବୃଦ୍ଧି କରିଦେଇଛି । ନିକଟରେ ସଂଗଠନର ମୁଖ୍ୟ ହସନ ନସରୁଲ୍ଲାହ କହିଥିଲେ କି, ତାଙ୍କ ପାଖରେ ଏକ ଲକ୍ଷରୁ ଅଧିକ ଯୋଦ୍ଧା ରହିଛନ୍ତି ।

ଖାଲି ସେତିକି ନୁହେଁ, ହିଜ୍ଜବୁଲ୍ଲାହ ନିକରେ ୨ ଲକ୍ଷ ପରି ରକେଟ ଓ ମିସାଇଲ ରହିଛି । କିଛି ଦୂରଗାମୀ ମିସାଇଲ ମଧ୍ୟ ରହିଛି । ପ୍ରାୟ ୧୫୦୦ ମିସାଇଲ ୨୫୦ରୁ ୩୦୦ କିମି ଦୂରତାରୁ ଲକ୍ଷ୍ୟ ଭେଦକରିପାରିବ । ହିଜବୁଲ୍ଲାହର ସୈନିକ ବିଭିନ୍ନ ଅତ୍ୟାଧୁନିକ ଓ ବପଦପୂର୍ଣ୍ଣ ଟ୍ରେନିଂ ନେଇଛନ୍ତି । ବଡ ବଡ ଦେଶ ପାଖରେ ଥିବା ଶକ୍ତିଶାଳୀରେ ନ୍ୟସ୍ତ ହିଜବୁଲ୍ଲା ।

ସେପଟେ ପ୍ରାୟ ଏକ ବର୍ଷ ୍ହେବ ଇଜରାଇଲ ହମାସ ସହ ଯୁଦ୍ଧ ଜାରି ରଖିଛି । ହମାସ ଯୁଦ୍ଧ ପାଇଁ ଇଜରାଇଲ ସେନା ସମ୍ପୂର୍ଣ୍ଣ ଦୁର୍ବଳ ହୋଇପଡିଲାଣି । ହମାସ ସହ ଲଢେଇ ଇଜରାଇଲକୁ ବହୁ କ୍ଷତି ପହଞ୍ଚାଇଛି । ଦେଶର ଆର୍ଥିକ ସ୍ଥିତି ମଧ୍ୟ ଦୁର୍ବଳ ହେଉଛି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।

Get real time updates directly on you device, subscribe now.