fbpx

ଶଙ୍ଖ ଭବନରେ ନୂଆପଡ଼ା ଜିଲ୍ଲାର ସମୀକ୍ଷା ବୈଠକ କଲେ ବିଜେଡିି ସୁପ୍ରିମୋ, ଦଳର ସ୍ଥିତିକୁ ନେଇ ହୋଇଥିଲା ଆଲୋଚନା

ଭୁବନେଶ୍ୱର: ଆଜି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶଙ୍ଖ ଭବନରେ ନୂଆପଡ଼ା ଜିଲାର ଦଳୀୟ ସମୀକ୍ଷା କରିଥିଲେ । ଦଳକୁ ସକ୍ରିୟ ରଖି ଆହୁରି ମଜଭୁତ କରିବା ଏହି ସମୀକ୍ଷା ବୈଠକର ମୂଳ ଲକ୍ଷ୍ୟ । ଜିଲାର ନିର୍ବାଚିତ ପ୍ରତିନିଧି ଓ ଦଳୀୟ ପଦାଧିକାରୀଙ୍କ ସହିତ ସଂଗଠନ ଓ ଦଳର ସ୍ଥିତି ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ନବୀନ । ବିଜେଡିର ୨୪ ବର୍ଷର ଶାସନରେ ନବୀନ ସରକାର ଯେଉଁ ଲୋକାଭିମୁଖୀ କାମ ସତ୍ୱେ ନିର୍ବାଚନରେ ଦଳ କାହିଁକି ପରାଜିତ ହେଲା ତାହାର କାରଣ ଖୋଜା ଚାଲିଛି । ଏହାସହିତ ଲୋକଙ୍କୁ ନବୀନ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଅବଗତ କରାଇବା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି ।

ସୂତ୍ରରୁ ପ୍ରକାଶ ଆସନ୍ତା ସେପ୍ଟେମ୍ବର ୨୭ରେ ଶଙ୍ଖ ଭବନରେ ବିଜେଡ଼ିର ସମସ୍ତ ବରିଷ୍ଠ ନେତା ଓ ଜିଲ୍ଲା ସଭାପତି ଏକାଠି ହେବେ । ଆଗାମୀ ରଣନୀତି ନେଇ ପ୍ରତି ଜିଲ୍ଳାର ଦଳୀୟ କର୍ମୀ ଏବଂ ନେତାଙ୍କ ସହ ଦଳର ପରାଜୟର କାରଣକୁ ନେଇ ବିସ୍ତୃତ ଆଲୋଚନା କରିବେ ବିଜେଡିି ସୁପ୍ରିମୋ । ତେବେ ଦଳକୁ କିପରି ସୁଦୃଢ଼ କରାଯିବ ସେଥିପାଇଁ ବିଜେଡିି ସୁପ୍ରିମୋ ତତ୍ପରତା ଦେଖାଉଛନ୍ତି ।

Get real time updates directly on you device, subscribe now.