fbpx

ନା ରାନ୍ଧିକି-ନା ଭାଜିକି, ଏହିଠାରେ ଲୋକେ ଖାଆନ୍ତି କଞ୍ଚା ମାଛ, ଜାଣନ୍ତୁ କ’ଣ ରହିଛି ଡିସର ନାମ

ନୂଆଦିଲ୍ଲୀ: ସାରା ଦୁନିଆରେ ଖାଦ୍ୟ ପ୍ରେମୀ ଲୋକେ ଅନେକ ଅଛନ୍ତି। କିଛି ଲୋକଙ୍କୁ ନିରାମିଷ ଖାଇବାକୁ ଭଲ ଲାଗିଥାଏ ତ କେତେକ ଲୋକଙ୍କୁ ଆମିଷ ଖାଇବାକୁ ଭଲ ଲାଗିଥାଏ। ତେବେ ଆଜି ଆମେ ଏପରି ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯେଉଁଠାରେ ଲୋକେ ଜୀଅନ୍ତା ମାଛ ଖାଆନ୍ତି।

ଭାରତ ସମେତ ଦୁନିଆସାରା ଲୋକେ ମାଛ ଖାଇବାକୁ ପସନ୍ଦ କରିଥାଆନ୍ତି, ଅନେକ ଲୋକେ ସପ୍ତାହର ସବୁଦିନ ମାଛ ଖାଇବାକୁ ପସନ୍ଦ କରିଥାଆନ୍ତି। ସମୁଦ୍ର ପାଖରେ ରହୁଥିବା ଲୋକଙ୍କ ପାଇଁ ମାଛ ମୁଖ୍ୟ ଖାଦ୍ୟ। ହେଲେ ମାଛ ରାନ୍ଧିବା ଉପାୟ ସବୁ ଅଞ୍ଚଳରେ ଭିନ୍ନ ଥାଏ। ଆଜି ଆମେ ଆପଣଙ୍କୁ ଏକ ଏଭଳି ସ୍ଥାନ ବିଷୟରେ କହିବୁ ଯେଉଁଠାରେ ଲୋକେ କଞ୍ଚା ମାଛରେ ଲୁଣ ଏବଂ ମସଲା ଛିଞ୍ଚି ଖାଇଥାଆନ୍ତି।

ୱେବସାଇଟ ଆଇଟି ସେଣ୍ଟ୍ରାଲ ମୁତାବକ, ଥାଇଲ୍ୟାଣ୍ଡର ଏକ ଲୋକପ୍ରିୟ ଡିସ୍ ଡାସିଙ୍ଗ ଶ୍ରିମ୍ପ। ଏହି ଡିସ୍ ଝିଙ୍ଗା ମାଛ ସହ ଜଡିତ। ହେଲେ ଥାଇଲ୍ୟାଣ୍ଡରେ ଏହି ଡିସକୁ ଭିନ୍ନ ଭାବେ ତିଆରି କରାଯାଇଥାଏ। ଏଥିରେ ମାଛକୁ ରନ୍ଧା ଯାଏନି। ଛୋଟ ଛୋଟ ମାଛକୁ ସିଧା ପାଣିରୁ ଆଣି ଜୀଅନ୍ତା ମ୍ୟାରିନେଟ କରାଯାଇଥାଏ। ଏଥିରେ ଲେମ୍ବୁ, ଲୁଣ, ଲଙ୍କା, ଫିସ୍ ସସ, ପୁଦୀନା ଏବଂ ଲେମନଗ୍ରାସକୁ ମିଶାଯାଇଥାଏ।

ଏହାକୁ ଏକୁ ଖାସ ଡବଲ କଣ୍ଟେନରରେ ପକାଇ ମିଶାଯାଇଥାଏ। ଲୋକେ ଏହାକୁ ଚାମଚ ମାଧ୍ୟମରେ ମ୍ୟାରିନେଟ ଜୀଅନ୍ତା ମାଛକୁ ଖାଇଥାଆନ୍ତି। ସରଳ ଭାଷାରେ କୁହାଗଲେ, ଏହି ଡିସରେ ଲୋକେ ଜୀଅନ୍ତା ମାଛକୁ ନିଜ ପାଟିରେ ପକାଇ ମାରିକି ଖାଇଥାଆନ୍ତି।

Get real time updates directly on you device, subscribe now.