fbpx

ଲୋକେ ଧାଡିରେ ଦେଉଥିଲେ ମତ, ମତଦାନ ପାଇଁ ଉତ୍ସାହ ଦେଖି କାବା ବିଦେଶୀ

ଶ୍ରୀନଗର: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ହେଉଛି । ଧାରା ୩୭୦ ଉଚ୍ଛେଦ ପରଠାରୁ ବିରୋଧୀ ଜମ୍ମୁବାସୀଙ୍କ ମାନବାଧିକାର ହନନକୁ ନେଇ ଅନ୍ତର୍ଜାତୀୟସ୍ତରରେ ହୋହଲ୍ଲା କରୁଥିବା ବେଳେ ଆଜି ବିଶ୍ୱ ଦେଖିଲା ନିର୍ବାଚନକୁ । ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହେଉଥିବା ବେଳେ ୧୫ ରାଷ୍ଟ୍ରର ପ୍ରତିନିଧି ଆସି ଶାନ୍ତିପୂର୍ଣ୍ଣ ନିର୍ବାଚନର ମୁକସାକ୍ଷୀ ସାଜିଛନ୍ତି ।

ଏହି ପ୍ରତିନିଧିଙ୍କ ମଧ୍ୟରେ ଆମେରିକା, ସିଙ୍ଗାପୁର, ଦକ୍ଷିଣ କୋରିଆ, ଦକ୍ଷିଣ ଆଫ୍ରିକା, ସିମୋଲିଆ, ନାଇଜେରିଆ, ସ୍ପେନ, ନୱେର୍, ରଓା୍ୱଣ୍ଡା, ଅଲଜିରିଆ, ଫିଲିଫାଇନ୍ସ, ତାଞ୍ଜାନିଆ, ପାକିସ୍ତାନ, ଇରାନ, ଆଫଗାନିସ୍ଥାନ ଆଦି ୧୫ ଦେଶର ଦିଲ୍ଲୀସ୍ଥିତ ରାଷ୍ଟ୍ରଦୂତ ସାମିଲ ଥିଲେ । ଏଥିସହ ସେହି ଦେଶମାନଙ୍କ ବୈଦେଶିକ ମନ୍ତ୍ରୀମାନେ ମଧ୍ୟ ଜମ୍ମୁ ଯାଇ ସେଠାରେ ନିର୍ବାଚନ କାଳୀନ ସ୍ଥିତି ଅବଲୋକନ କରିଥିଲେ ।

ପ୍ରତିନିଧିମଣ୍ଡଳୀ ଘାଟିରେ ପହଞ୍ଚିବା ପରେ ବଡଗାମ ଜିଲ୍ଲାର ଓମପୋରାର ମତଦାନ କେନ୍ଦ୍ର ଗସ୍ତ କରିଥିଲେ । ଏହା ପରେ ଲାଲବାଗ ଅନ୍ତର୍ଗତ ଚିନାର ବାଗର ଅମୀରା କଦଲ, ଏସପି କଲେଜ ଯାଇଥିଲେ । ଏସପି କଲେଜରେ ମହିଳାଙ୍କ ପାଇଁ ହୋଇଥିବା ପିଙ୍କ ବୁଥ ବୁଲିଥିଲେ ପ୍ରତିନିଧିମଣ୍ଡଳୀ । ଏହି କେନ୍ଦ୍ରର ପରିଚାଳନା ମହିଳାମାନେ କରୁଥିଲେ । ନିର୍ବାଚନରେ ଲୋକଙ୍କ ଉପସ୍ଥିତି ଓ ଉତ୍ସାହ ଦେଖି ପ୍ରତିନିଧିମଣ୍ଡଳୀ ସ୍ତବ୍ଧ ହୋଇଯାଇଥିଲେ । ଲୋକତନ୍ତ୍ରର ମହାପର୍ବର ଆୟୋଜନକୁ ନେଇ ସନ୍ତୋଷବ୍ୟକ୍ତ ମଧ୍ୟ କରିଥିଲେ ।

କିନ୍ତୁ ନାସନାଲ କନଫେରେନ୍ସର ଉପାଧ୍ୟକ୍ଷ ଉମର ଅବ୍ଦୁଲ୍ଲା ଏହାକୁ ସମାଲୋଚନା କରିଛନ୍ତି । ସେ ସାମ୍ବାଦିକଙ୍କୁ କହିଥିଲେ କି, ନିର୍ବାଚନର ଯାଞ୍ଚ କରିବାକୁ ବିଦେଶୀ ନେତାଙ୍କୁ କାହିଁ ଡକାଯାଇଛି? ଯେତେବେଳେ ଏହି ପ୍ରସଙ୍ଗରେ ଅନ୍ୟ ଦେଶ କିଛି ଟିପ୍ପଣୀ ଦେଉଛନ୍ତି, ସରକାର କହୁଛି, ଏହା ଭାରତର ଆଭ୍ୟନ୍ତରୀଣ ବ୍ୟାପାର । ଆଉ ଅଚାନକ ଚାହୁଁଛନ୍ତି କି ବିଦେଶୀ ପର୍ଯ୍ୟବେକ୍ଷକ ଏଠି ଆସି ଆସ ମତଦାନ ଦେଖନ୍ତି । ଏହା ତ ଏକ ଆଭ୍ୟନ୍ତରିଣ ମାମଲା ।

 

Get real time updates directly on you device, subscribe now.