fbpx

କେଉଁ ମୁସଲିମ ଦେଶରେ ସବୁଠାରୁ ଅଧିକ ମଦ ପିଅନ୍ତି ଲୋକେ, WHO ରିପୋର୍ଟର ଆଶ୍ଚର୍ଯ୍ୟଜନକ ଖୁଲାସା

ନୂଆଦିଲ୍ଲୀ: ଇସଲାମରେ ମଦର ସେବନ ସଂପୂର୍ଣ୍ଣ ଭାବେ ପ୍ରତିବନ୍ଧିତ ଅଟେ। ଏହି କାରଣରୁ ଅଧିକାଂଶ ଦେଶରେ ମଦର ସେବନ, ବିକ୍ରି ଏବଂ ଉତ୍ପାଦନ ଉପରେ ସଂପୂର୍ଣ୍ଣ ଭାବେ ବ୍ୟାନ କରାଯାଇଛି। ଏହା ସତ୍ତ୍ୱେ ବି ଲୋକେ ଲୁଚିଛପି ମଦର ସେବନ ଏବଂ ଉତ୍ପାଦନ କରନ୍ତି। ଅନେକ ମୁସଲିମ ଦେଶରେ ମଦ ଚୋରା ଚାଲଣ ହେବା ସାଧାରଣ କଥା। ଏହାରି ମଧ୍ୟରେ କିଛି ଏଭଳି ମୁସଲିମ ଦେଶ ଅଛି, ଯେଉଁଠାରେ ମଦ ପିଇବାକୁ ସରକାରଙ୍କ ଅନୁମତି ମିଳିଛି। ଏହି ଦେଶରେ କେବଳ ମନୋନୀତ ବ୍ୟକ୍ତିଙ୍କ ପାଇଁ ମଦ ଉପଲବ୍ଧ ହୋଇଥାଏ। ସାଉଦୀ ଆରବ ମଦ ବିକ୍ରିକୁ ଲିଗାଲ କରିଛି, ହେଲେ ଏଠାରେ କେବଳ ବିଦେଶୀ ନାଗରିକଙ୍କ ପାଇଁ ମଦ ଉପଲବ୍ଧ।

WHO ର ରିପୋର୍ଟରେ ଅନେକ ମୁସଲିମ ଦେଶରେ ଅଧିକ ମଦର ସେବନ କଥା କୁହାଯାଇଛି। UAE, Tunisia, Sudan ଏବଂ  Bahrain ସମେତ ଅନକେ ଏଭଳି ଆରବ ଦେଶ ଅଛି, ଯେଉଁଠାରେ ମୁଣ୍ଡପିଛା ମଦ୍ୟପାନରେ ବୃଦ୍ଧି ଘଟିଛି। ଜାର୍ଡନରେ ହୋଇଥିବା ଏକ ସର୍ବେକ୍ଷଣ ମୁତାବକ, କେବଳ ବିଶ୍ୱବିଦ୍ୟାଳର ଛାତ୍ର ୩ ପ୍ରତିଶତ ମଦ ସେବନ କରନ୍ତି। ଭାରତର ପଡୋଶୀ ଦେଶ ପାକିସ୍ତାନରେ ମଧ୍ୟ ମଦ ଉପରେ ବ୍ୟାନ ଲଗାଯାଇଛି, ଏହା ସତ୍ତ୍ୱେ ପାକିସ୍ତାନରେ ମଦର ବ୍ୟବହାର ବୃଦ୍ଧି ପାଇଛି। ପାକିସ୍ତାନରେ ମଦର ସବେନ କରିବା ଉପରେ ୮୦ ଥର ପିଟିବା ଦଣ୍ଡ ରହିଛି।

WHO ରିପୋର୍ଟରେ କୁହାଯାଇଛି ଯେ, UAE, Tunisia, Sudan ଏବଂ  Bahrain ଭଳି ମୁସଲିମ ଦେଶ ଅଛି। ଯେଉଁଠାରେ ସବୁଠାରୁ ଅଧିକ ମଦ ସେବନ ହୋଇଥାଏ। ଏଥିସହ ହାରାହାରି ସବୁ ଦେଶରେ ମଦର ବ୍ୟବହାର ଦିନକୁ ଦିନ ବଢିବାରେ ଲାଗିଛି। ଅନେକ ମୁସଲିମ ଦେଶ ବର୍ତ୍ତମାନ ମଦ ସମ୍ବନ୍ଧୀୟ ନିୟମରେ ଆଶ୍ୱସ୍ତି ଦେଉଛନ୍ତି। ଅନେକ ମୁସଲିମ ଦେଶ ମଦ ଉପରେ ଲଗାଯାଇଥିବା ଟ୍ୟାକ୍ସକୁ ମଧ୍ୟ ହ୍ରାସ କରିଛନ୍ତି।

Get real time updates directly on you device, subscribe now.