fbpx

ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ବନ୍ୟା ଆଶଙ୍କାରେ ଛାନିଆ ଉପକୂଳବାସୀ

ବସ୍ତା: ରାଜ୍ୟରେ କିଛି ଦିନ ହେବ ଅନେକ ଜିଲ୍ଲାରେ ଲଘୁଚାପ ବର୍ଷା ଜାରି ରହିଛି । ଏହା ଜନଜୀବନକୁ ଏକ ପ୍ରକାର ପ୍ରଭାବିତ କରିଛି । ଏଥିମଧ୍ୟରେ ଉପରମୁଣ୍ଡରେ ବର୍ଷା ଯୋଗୁ ବସ୍ତାର ମଥାନୀରେ ଜଳକା ନଦୀର ଜଳସ୍ତର ବିପଦ ସଂକେତ ଟପିଛି । ଜଳକା ନଦୀର ସତର୍କ ସଂକେତ ୬ ମିଟର ଥିବା ବେଳେ ଏବେ ଜଳସ୍ତର ବୃଦ୍ଧି ପାଇ ୬.୨୪ ମିଟରରେ ପ୍ରବାହିତ ହେଉଛି । ଫଳରେ ବନ୍ୟା ଆଶଙ୍କାରେ ଉପକୂଳ ବାସିନ୍ଦା ଭୟରେ ଅଛନ୍ତି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ଗତ ଦୁଇ ଦିନ ଧରି ବାଲେଶ୍ୱର ସମେତ ମୟୁରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର, ମୋରଡା, ଶୁଳିଆପଦା, ଚିତ୍ରଡା ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ମଥାନୀରେ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏବେବି ଅନେକ ତଳିଆ ଅଞ୍ଚଳ ଓ ଚାଷ ଜମି ଜଳମଗ୍ନ ରହିଛି । ବନ୍ୟା ହେଲେ ବସ୍ତା ବ୍ଲକର ୧୦ ଏବଂ ସଦର ବ୍ଲକର ୩ଟି ପଂଚାୟତ ପ୍ରଭାବିତ ହେବାର ଆଶଙ୍କା ରହିଛି । ଆଜି ଭଦ୍ରକ, ବାଲେଶ୍ୱର, ମୟୁଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

Get real time updates directly on you device, subscribe now.