fbpx

ମିଳିବ ନାହିଁ ମଦ କି ଗୁଟଖା, ମହିଳା ଗୋଷ୍ଠୀଙ୍କ ଟାଡରରେ ରହିବେ ମଦୁଆ

ରାୟପୁର: ଛତିଶଗଡର ଅମ୍ବିକାପୁର ଜିଲ୍ଲାର ଚୈ÷ନପୁର ଗାଁର ଲୋକେ ନେଇଛନ୍ତି ଯୁଗାନ୍ତକାରୀ ନିଷ୍ପତ୍ତି । ଏଣିକି ଗାଁରେ ବିକ୍ରି ହେବ ନାହିଁ ମଦ କି ଗୁଟକା । କେହି ନିୟମ ନ ମାନିଲେ ଦେବାକୁ ପଡିବ ୫ ହଜାର ଟଙ୍କା ଫାଇନ । େଚୈନପୁରୀର ଗ୍ରାମସଭାରେ ଏହି ନିଷ୍ପତ୍ତି ନିଆଯାଇଛି । ଏହାକୁ ମନିଟରିଂ କରିବାକୁ ମହିଳାଙ୍କ ଏକ କମିଟି ଗଠନ କରାଯିବ ।

ମଦ ଓ ଗୁଟଖା ପାଇଁ ଗାଁ ପରିବେଶ ନଷ୍ଟ ହେବା ସହ ଗାଁରେ ବିଭିନ୍ନ ଗଣ୍ଡଗୋଳ ହେଉଥିଲା । ଏହାକୁ ନେଇ ଗାଁର ଜଣେ ମହିଳାଙ୍କ ଉଦ୍ୟମକ୍ରମେ ଏହି ନିୟମ ହୋଇଛି । ମହିଳାଙ୍କ ଉଦ୍ୟମକୁ ଗ୍ରାମସଭା ସ୍ୱାଗତ କରିବା ସହ ଲାଗି କରିଛି । ଲୋକଙ୍କ ବିଶ୍ୱାସ ଏହି ନୂଆ ନିୟମ ପାଇଁ ଗାଁରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହେବ । କେହି ନିୟମ ଉଲ୍ଲଙ୍ଘନ କରୁଥିବା ଜଣାପଡିବା ପରେ ତାଙ୍କଠାରୁ ୫ ହଜାର ଟଙ୍କା ଆଦାୟ କରାଯିବ । ଏମିତି କି ଆବଶ୍ୟକ ହେଲେ ଅଭିଯୁକ୍ତ ବିରୋଧରେ କୋର୍ଟରେ ଦଣ୍ଡବିଧାନ କରିବାକୁ ଚାହୁଛନ୍ତି ଗ୍ରାମବାସୀ ।

ଗାଁର ସରପଞ୍ଚ କହିଛନ୍ତି କି, ପବ୍ଲିକ ପ୍ଲେସରେ ଏହିସବୁ ନିଷିଦ୍ଧ ସାମଗ୍ରୀର ବ୍ୟବହାର ଉପରେ ନଜର ରଖିବାକୁ ମହିଳାଙ୍କୁ ନେଇ କମିଟି ହୋଇଛି । ଏଥିରେ ୫ ଜଣ ସଦସ୍ୟ ରହିବେ ଓ ଗାଁରେ ଥିବା ୬ଟି ମହଲାରୁ ଏହି ମହିଳାଙ୍କୁ ଚୟନ କରାଯିବ । ଗାଁଟିରେ ୧୫୦୦ ଲୋକ ଅଛନ୍ତି । ଗାଁର ୪୭ ପ୍ରତିଶତ ଶିକ୍ଷିତ ହୋଇଥିବା ବେଳେ ୯୫ ଭାଗ ହେଉଛନ୍ତି ଆଦିବାସୀ ।

Get real time updates directly on you device, subscribe now.