fbpx

ବାରମ୍ବାର ଗର୍ଭପାତ ପାଇଁ ଦମ୍ପତି ଦୁଃଖିତ କି? ତେବେ ଏହି ସମସ୍ୟା ଥାଇପାରେ ପୁରୁଷଙ୍କଠାରେ

ଓଡିଶା ଭାସ୍କର: ଲୋକଙ୍କ ଭିତରେ ଗୋଟିଏ ବିଶ୍ୱାସ ଥିଲା କି, କୌଣସି ଗର୍ଭବତୀଙ୍କ ବାରମ୍ବାର ଗର୍ଭପାତ ହେଉଥିଲେ ଏଥିପାଇଁ ସେ ହିଁ ଦାୟୀ । ତେଣୁ ଅନେକ ମହିଳାଙ୍କୁ ଶାଶୂଘର ପକ୍ଷରୁ ନାନା ନିର୍ଯାତନା ଦିଆଯାଇଥାଏ । କିନ୍ତୁ ଏହି ଚିନ୍ତାଧାରା ସମ୍ପୂର୍ଣ୍ଣ ସତ ନୁହେଁ । ଗର୍ଭପାତ ପାଇଁ ପୁରୁଷ ମଧ୍ୟ ଦାୟୀ ହୋଇଥାନ୍ତି । ଏକଥା ଆମେ କହୁନାହୁଁ । ଏହା ଗବେଷଣାରୁ ଜଣାପଡିଛି ।
ନିକଟରେ ହୋଇଥିବା ଏକ ଗବେଶଷାରୁ ଜଣାପଡିଛି କି, ଗର୍ଭପାତରେ ମହିଳାଙ୍କ ତୁଳନାରେ ପୁରୁଷ ଅଧିକ ଦାୟୀ । ଲଣ୍ଡନ ଇମ୍ଫେରିଆଲ କଲେଜରେ ହୋଇଥିବା ଗବେଷଣା କହୁଛି କି, ପୁରୁଷଙ୍କ ଶୁକ୍ରାଣୁ ଅନୁଯାୟୀ ମହିଳାଙ୍କ ଗର୍ଭଧାରଣ ନିର୍ଭରକଲେ । ଶୁକ୍ରାଣୁ ସୁସ୍ଥ ହୋଇଥିଲେ ମହିଳାଙ୍କ ଗର୍ଭରେ ଜୀବନ ଆଡକୁ ବଢୁଥିବା ଜୀବଟି ସୁସ୍ଥ ହୁଏ । ଆଉ ଯଦି ଶୁକ୍ରାଣୁ ଦୁର୍ବଳ ହୁଏ ତେବେ ଗର୍ଭସ୍ଥ ପ୍ରାଣ ଦୁର୍ବଳ ହୋଇଥାଏ ବୋଲି କ୍ଲିନିକାଲ କେମେଷ୍ଟ୍ରୀ ନାମକ ପତ୍ରିକାରେ ବାହାରିଛି ।
ଗବେଷଣା କାଳରେ ୫୦ ମହିଳାଙ୍କ ଉପରେ ଗବେଷଣା ହୋଇଥିଲା । ଏହି ମହିଳାମାନଙ୍କର ଲଗାତର ଗର୍ଭପାତ ହେଉଥିଲା । ସେମାନଙ୍କ ମଧ୍ୟରୁ ଏମିତି କେତେଜଣ ଥିଲେ ଯେଉଁମାନଙ୍କ ଗର୍ଭ ୨୦ ସପ୍ତାହ ଭିତରେ ନଷ୍ଟ ହେଉଥିଲା । ପରୀକ୍ଷା ନିରୀକ୍ଷା ପରେ ଜଣାପଡିଥିଲା କି, ସେମାନଙ୍କ ସାଥିଙ୍କ ଡିଏନଏ ଦୁର୍ବଳ ରହିଛି । ଏହା ବ୍ୟତୀତ ଦୁର୍ବଳ ଶୁକ୍ରାଣୁ ମଧ୍ୟ ପୁରୁଷଙ୍କଠାରେ ଦେଖାଦେଇଥିଲା ।
କାରଣ ଜାଣିବା ପରେ ଗବେଷକ କହିଛନ୍ତି ଶୁକ୍ରାଣୁକୁ ସୁସ୍ଥ କରାଇ ଏହି ସମସ୍ୟାରୁ ମହିଳାଙ୍କୁ ମୁକ୍ତି ଦେଇହେବ ।

Get real time updates directly on you device, subscribe now.