fbpx

Weather Update; ଟ୍ବିନ ସିଟିରେ ପ୍ରବଳ ବର୍ଷା, ଆଗାମୀ 3 ଘଣ୍ଟା ନାହିଁ ନିସ୍ତାର.. ଏହି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର : ଓଡିଶା ଉପରେ ଟ୍ରପଲାଇନ୍ ରହିଛି । ଏହାରି ପ୍ରଭାବରେ ମୂଶଳ ଧାରରେ ଜାରି ରହିଛି ବର୍ଷା । ଆଜି ସକାଳୁ ସକାଳୁ ଟ୍ବିନ ସିଟିରେ ପ୍ରବଳ ବର୍ଷା ଜାରି ରହିଛି । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଥିବା ବେଳେ ତଳିଆ ଅଞ୍ଚଳରେ ପାଣି ପଶିଥିବା ଦେଖିବାକୁ ମିଳିଛି । 24 ଘଣ୍ଟା ବର୍ଷା ନେଇ ଗତକାଲି ପାଣିପାଗ ବିଭାଗ ପକ୍ଷରୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିଲା । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ସତର୍କ କରାଯାଇଛି ।  ଅନ୍ୟପଟେ 13 ଜିଲ୍ଲାକୁ 3 ଘଣ୍ଟା ପାଇଁ ସତର୍କତା ଜାରି କରାଯାଇଛି । ଭଦ୍ରକ, ଜଗତସିଂପୁର, କେନ୍ଦ୍ରାପଡା, ବାଲେଶ୍ବର, କଟକ, ଖୋର୍ଦ୍ଧା, କେନ୍ଦୁଝର, ଅନୁଗୋଳ, ନୟାଗଡ, ଢେଙ୍କାନାଳ, ମୟୂରଭଞ୍ଜ. ଗଞ୍ଜାମ, ପୁରୀ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି ।

ସେପଟେ ଦୁର୍ବଳ ହୋଇ ଲଘୁଚାପ ଘୁର୍ଣ୍ଣିବଳୟ ଭାବେ ମଧ୍ୟ ପ୍ରଦେଶ ଓ ପାଶ୍ୱବର୍ତୀ   ଅଂଚଳରେ ସକ୍ରିୟ ରହିବାରୁ ଏହାରି ପ୍ରଭାବରେ ଆହୁରି ୨୪ ଘଣ୍ଟା ରାଜ୍ୟରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଓଡ଼ିଶା ଉପରେ ସକ୍ରିୟ ଥିବା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ନେଇ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂପୁର, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ଅନୁଗୋଳ, ଢେଙ୍କାନାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝରସୁଗୁଡା, ବରଗଡ, ନୂଆପଡା ଏବଂ ବଲାଙ୍ଗୀରକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଥିଲା ।

Get real time updates directly on you device, subscribe now.