fbpx

କୋରାପୁଟ ଭିଜିଲାନ୍ସ ଜାଲରେ ମହିଳା ସହକାରୀ ଯନ୍ତ୍ରୀ, ଲାଞ୍ଚ ନେବା ବେଳେ ଧରିଲା ଟିମ

କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ, କୁନ୍ଦୁରା ବ୍ଲକର ସହକାରୀ ଯନ୍ତ୍ରୀ । ଲାଞ୍ଚ ନେଉଥିବା ବେଳେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ମହିଳା ସହକାରୀ ଯନ୍ତ୍ରୀଙ୍କୁ କାବୁ କରି ନେଇଛି । ତାଙ୍କ ନାଁ ହେଲା ଭାନୁମତି ଟୁଡୁ । ସରକାରୀ ଯୋଜନାରେ ହୋଇଥିବା କାମର ବିଲ କରେଇ ଦେବାକୁ ମହାଶୟା ଲାଞ୍ଚ ନେଉଥିଲେ ।

ସୂଚନା ମୁତାବକ, କୁନ୍ଦୁପୁରା ବ୍ଲକର ସହକାରୀ ଯନ୍ତ୍ରୀ ଭାନୁମତି ଟୁଟୁ ଜନୈକ ବ୍ୟକ୍ତିଙ୍କଠାରୁ ତାଙ୍କ ଗୁହାଳ ଘର ପାଇଁ ବିଲ ରିଲିଜ କରେଇବାକୁ ଅଫିସକୁ ଆସୁଥିଲେ । କିନ୍ତୁ ମାଡାମ ଏଥିପାଇଁ ସେହି ଲୋକଙ୍କଠାରୁ ୫ହଜାର ଟଙ୍କା ଦାବି କରିଥିଲେ । ଏନେଇ ସେହି ବ୍ୟକ୍ତି କୋରାପୁଟ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ସେହି ବ୍ୟକ୍ତିଙ୍କୁ ଦାଗଲଗା ୫ହଜାର ଟଙ୍କା ଦେଇଥିଲେ ।

ଶୁକ୍ରବାର ଦିନ ଯୋଜନା ମୁତାବକ ଅଭିଯୋଗକାରୀ ସହକାରୀ ଯନ୍ତ୍ରୀଙ୍କ ଅଫିସରେ ତାଙ୍କୁ ଟଙ୍କା ଦେଉଥିବା ବେଳେ ସେଠାରେ ପୂର୍ବରୁ ଜଗିବସିଥିବା ଅଧିକାରୀ ମାଡିବସିଥିଲେ । ତାଙ୍କ ନିକଟରୁ ଭିଜିଲାନ୍ସ ଦାଗଥିବା ଟଙ୍କା ଉଦ୍ଧାର କରିଛି । ତାଙ୍କୁ କୋରାପୁଟ ହେଡକ୍ୱାଟରକୁ ନେଇଛି ଭିଜିଲାନ୍ସ । ଏଥିସହ ଟୁଡୁଙ୍କ ଘର ଓ ଅନ୍ୟ ୨ଟି ସ୍ଥାନରେ ରେଡ କରୁଛି ଭିଜିଲାନ୍ସ । ତାଙ୍କ ବିରୋଧରେ ମଧୟ ମାମଲା ଦାୟର କରାଯାଇଛି ।

ତେବେ ନୂଆ ସରକାର ଆସିବା ପରଠାରୁ ପ୍ରତିଦିନ ଭିଜିଲାନ୍ସ କାହାକୁ ନା କାହାକୁ ଧରୁଛି । ରାଜ୍ୟରେ ସଂସ୍ଥା ସକ୍ରିୟ ହୋଇଯାଇଛି । ଏମିତି ସମୟରେ ପୁଣି ଲାଞ୍ଚ ପାଇଁ ସରକାରୀ ଅଧିକାରୀ ମନବଳେଇବା ଆଶ୍ଚର୍ଯ୍ୟ କରୁଛି । ସରକାରୀ ଚାକିରିରେ ଖୁସି ନ ହୋଇ ଉପରି ଠୁଳ କରିବାକୁ ଯାଇ ଯାହା ନିଜ ସିସିଆରରେ ଦାଗ ଲଗାଉଛନ୍ତି ଏମିତି ଲାଭଖୋର ଅଧିକାରୀ ।

Get real time updates directly on you device, subscribe now.