fbpx

ପାର୍ବଣ ଋତୁ ପାଇଁ ଗଡ଼ିବ ୬ ହଜାର ପୂଜା ସ୍ପେଶାଲ ଟ୍ରେନ୍‌; ମିଳିବ କନଫର୍ମ ସିଟ୍‌, ଫଟାଫଟ କରିନିଅନ୍ତୁ ବୁକିଂ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ପାର୍ବଣ ଋତୁ । ଏହି ସମୟରେ ଅଧିକାଂଶ ବ୍ୟକ୍ତି ସେମାନଙ୍କ ପରିବାର ସହ ପର୍ବ ପାଳନ କରିଥାନ୍ତି । ଦୂରଦୂରାନ୍ତରେ ରହୁଥିବା ଅନେକ ବ୍ୟକ୍ତି ରେଳ ଯାତ୍ରା କରିଥାନ୍ତି । ପାର୍ବଣ ଋତୁ ଏବଂ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରେଳବାଇ ପକ୍ଷରୁ ୬ ହଜାର ପୂଜା ସ୍ପେଶାଲ ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନିଆଯାଇଛି । ସଂରକ୍ଷଣ ପାଇଁ ଦାବି ବୃଦ୍ଧି ହେଲେ ଟ୍ରେନ୍ ସଂଖ୍ୟାରେ ବୃଦ୍ଧି ହେବ ବୋଲି କହିଛନ୍ତି ରେଳ ମନ୍ତ୍ରୀ ଆଶ୍ୱିନୀ ବୈଷ୍ଣବ ।

ଭାରତରେ ଅକ୍ଟୋବର, ନଭେମ୍ବର ଏବଂ ଡିସେମ୍ବରକୁ ପାର୍ବଣ ମାସ ବୋଲି ବିବେଚିତ କରାଯାଏ । ଏହି ସମୟରେ ଅଧିକାଂଶ ବ୍ୟକ୍ତି ଦଶହରା, ଦିପାବଳୀ, ଛଟ, ଭାଇ ଦୁଜ୍‌, କ୍ରିସମାସ୍ ଭଳି ପର୍ବ ନିଜ ପରିବାର ସହ ପାଳନ କରିବାକୁ ଚାହିଁଥାନ୍ତି । ଅଧିକାଂଶ ସମୟରେ ଟ୍ରେନ୍ ବୁକିଂ ପାଇଁ ମଧ୍ୟ ସମସ୍ୟା ଦେଖାଦେଇଥାଏ । ବିଶେଷକରି ପାର୍ବଣ ଋତୁରେ ବିହାର, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗ ରେଳ ରୁଟରେ ଯାତ୍ରୀଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଚଳିତ ବର୍ଷ ମୋଟ୍ ୫, ୯୭୫ ସ୍ପେଶାଲ ଟ୍ରେନ୍ ନୋଟିଫାଇଡ୍ କରାଯାଇଛି ଯାହା ଗତ ବର୍ଷ ୪, ୪୨୯ ଥିଲା ବୋଲି କହିଛନ୍ତି ଅଶ୍ୱିନୀ ବୈଷ୍ଣବ । ସେ ଆହୁରି ମଧ୍ୟ କହିଛନ୍ତି କି ଯାତ୍ରୀଙ୍କ ଡିମାଣ୍ଡ ହେଲେ ସ୍ପେଶାଲ ଟ୍ରେନର ସଂଖ୍ୟା ବୃଦ୍ଧି ହୋଇପାରେ । ଏହା ବ୍ୟତୀତ ୧୦୮ଟି ଟ୍ରେନରେ ଅତିରିକ୍ତ ଜେନେରାଲ କୋଚ୍ ସଂଲଗ୍ନ କରାଯାଇଛି ଏବଂ ୧୨, ୫୦୦ ନୂତନ କୋଚ୍ ନିର୍ମାଣ ପାଇଁ ଅନୁମୋଦନ ମିଳିଛି । ଏହାକୁ ଆଗାମୀ ୧ରୁ ୨ ବର୍ଷ ମଧ୍ୟରେ ବିଭିନ୍ନ ଟ୍ରେନରେ ସଂଲଗ୍ନ କରାଯିବ ।

Get real time updates directly on you device, subscribe now.